କନକ ବ୍ୟୁରୋ: ଆମେରିକା ସ୍ପେସ ଏଜେନ୍ସି ନାସାର ଚନ୍ଦ୍ର ମିଶନ ‘ଆର୍ଟିମିସ-ୱାନ’ ସଫଳତାର ସହ ଲଞ୍ଚ ହୋଇଛି । ରକେଟଟି ଫ୍ଲୋରିଡ଼ାର କେନେଡି ସ୍ପେସ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ୧୨.୧୭ ମିନିଟରେ ଲଂଚ ହୋଇଛି । ଦୁନିଆର ସୁବୁଠୁ ବଡ଼ ରକେଟ୍ ଲଂଚ କରିବାରେ ଏହା ନାସାର ତୃତୀୟ ପ୍ରୟାସ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ୫୦ ବର୍ଷ ପରେ ଏହି ମିଶନ କରିଛି । ନାସାର ମଙ୍ଗଳ ମିଶନ ପରେ ଏହି ଆର୍ଟିମିସ-ୱାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମିଶନ । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ମନୁଷ୍ୟକୁ ଚନ୍ଦ୍ର ଓ ଚନ୍ଦ୍ର କକ୍ଷକୁ ପଠାଇବା । ନାସା ଏହି ରକେଟ ମାଧ୍ୟମରେ ଚନ୍ଦ୍ରକୁ ଓରିଓନ ସ୍ପେସସିପ ପଠାଇଛି । ଏହି ସ୍ପେସସିପ ଚନ୍ଦ୍ରରେ ୪୨ ଦିନ ଯାତ୍ରା ପରେ ଫେରିବାର ସୂଚନା ରହିଛି । ଏହି ଆର୍ଟିମିସ ରକେଟର ଗତି ୨୧ ଲକ୍ଷ କିଲୋମିଟର ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ନାସାର ସୂଚନା ଅନୁସାରେ, ଆସନ୍ତା ସୋମବାର ଓରିଓନ୍ ସ୍ପେସସିପ୍ ଚନ୍ଦ୍ରର ପାଖରେ ୯୬.୫ କିଲୋମିଟର ଦେଇ ଏହା ଗତି କରିବ । କିଛି ସପ୍ତାହ ମହାକାଶରେ ନିରୀକ୍ଷଣ କରିବା ସହ ଏହା ୧୧ ଡିସେମ୍ବରରେ ପ୍ରଶାନ୍ତ ମହାସାଗରରେ ପଡ଼ିବ । ଏବଂ ଫେରିବା ସମୟରେ ଏହାର ଗତି ଘଂଟା ପ୍ରତି ୪୦ ହଜାର କିଲୋମିଟର ରହିବ । ଯଦି ଏହି ମିଶନ ପରୀକ୍ଷଣ ସଫଳ ହୁଏ ତେବେ ୨୦୨୫ ସୁଦ୍ଧା ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଯିବ । ଆର୍ଟିମିସ-ୱାନ ମିଶନ ପରେ ନାସା ବୈଜ୍ଞାନିକ ଚନ୍ଦ୍ରରେ ପହଞ୍ଚିବାକୁ ଅନ୍ୟ ଆବଶ୍ୟକ ଦିଗ ପ୍ରତି ଧ୍ୟାନ ଦେବେ ଯାହା ଫଳରେ ଯିଏ କେହିବି ଚନ୍ଦ୍ରକୁ ଯାଇ ମଙ୍ଗଳରେ ଯାତ୍ରା କରିପାରିବେ । ଏହି ଲଞ୍ଚ ପୂର୍ବରୁ ୨୯ ଅଗଷ୍ଟ ଓ ସେପ୍ଟେମ୍ବର ୩ ତାରିଖରେ ଏହାକୁ ଲଞ୍ଚକରିବାକୁ ନାସା ଚେଷ୍ଟା କରିଥିଲା । ହେଲେ କୈାଣସି ତ୍ରୁଟି ଓ ପାଗ ପରିବର୍ତନ ଯୋଗୁଁ ଲଂଚର ସମୟ ପରିବର୍ତନ କରାଯାଇଥିଲ।।