ଦିଲ୍ଲୀ ପ୍ରଦୂଷଣକୁ ନେଇ ନାସା ଜାରି କଲା ଫଟୋ । ଜାରି ହୋଇଥିବା ଫଟୋରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଦିଲ୍ଲୀରେ କେଉଁ ସ୍ତରରେ ରହିଛି ପ୍ରଦୂଷଣ

456

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନଜରରେ ରଖି ହେଲଥ ଇମରଜେନ୍ସି ଜାରି ହୋଇଛି । ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ ହେଉଛି । ପଡୋଶୀ ରାଜ୍ୟରୁ ବଳକା ଶସ୍ୟ ଜାଳିବା ଯୋଗୁଁ ଏଭଳି ପରିସ୍ଥିତି ଦେଖାଯାଇଥିବା କୁହାଯାଉଥିବା ବେଳେ  ନାସା ପକ୍ଷରୁ ଏକ ସାଟେଲାଇଟ ଇମେଜ ଜାରି କରାଯାଇଛି । ଯାହାକି ଆଶ୍ଚର୍ଯ୍ୟ କଲା ଭଳି । ସାଟେଲାଇଟ ଇମେଜରୁ ଦିଲ୍ଲୀ ପ୍ରଦୂଷଣରେ କେତେ ମାତ୍ରାରେ ପ୍ରଭାବିତ ହୋଇଛି ତାହା ସ୍ପଷ୍ଟ ଭାବେ ଦେଖାଯାଉଛି ।

source : google

ଫଟୋରୁ ଦେଖିବାକୁ ମିଳିଛି ଯେ ପଂଜାବର ଅଧିକାଂଶ ସ୍ଥାନରେ ଶସ୍ୟ ଜଳାଯାଉଛି । ଏହାସହ ହରିୟାଣାର କିଛି ଅଂଚଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ମୋଟ ୨୯୦୦ ସ୍ଥାନରେ ପରେଲି ଜଳାଯାଉଥିବାର ଚିତ୍ର ନାସା ସାଟେଲାଇଟ କଏଦ କରିଛି । ରିପୋର୍ଟ ଅନୁଯାୟୀ ହରିୟାଣାରେ ଶସ୍ୟ ଜଳାଯିବା ଘଟଣା ପୂର୍ବାପେକ୍ଷା କମ ରହିଛି । କିନ୍ତୁ ପଂଜାବରେ କୌଣସି ପରିବର୍ତନ ହୋଇନାହିଁ । ବରଂ ଏହି ଘଟଣା ପଂଜାବରେ ୨୫ ପ୍ରତିଶତ ବୃଦ୍ଧି ପାଇଛି ।