କନକ ବ୍ୟୁରୋ : ଆଠ ବର୍ଷ ପରେ ଇତିହାସ ହୋଇଯିବ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ଇଂଟରନ୍ୟାସନାଲ ସ୍ପେଶ ଷ୍ଟେସନ । କାରଣ ୮ବର୍ଷ ପରେ ଏହାର ଜୀବନକାଳ ଶେଷ ହୋଇଯିବ । ସ୍ପେଶ ଷ୍ଟେସନ ସେତେବେଳେ କାମ କରିବା ବନ୍ଦ କରିଦେବ ବୋଲି ଘୋଷଣା କରିଛି ନାସା । କୁହାଯାଇଛି, ୨୦୩୦ରେ ସେଠାରୁ ମହାକାଶଚାରୀ ଫେରି ଆସିବେ । ୨୦୩୧ ବେଳକୁ ଏହାର ଅବଶେଷ ପ୍ରଶାନ୍ତ ମହାସାଗରର କୌଣସି ଏକ ସ୍ଥାନରେ ପଡିବ କିମ୍ବା ପକାଇ ଦିଆଯିବ ।

Advertisment

୧୯୯୮ରେ ଏହାର ଲଂଚ କରାଯାଇଥିଲା । ସେବେଠାରୁ ଏହା ପ୍ରତିଦି ପୃଥିବୀ ଚାରିପଟେ ୧୬ଥର ଘୁରୁଛି । ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଏହା ପୃଥିବୀ ଚାରିପଟେ ୧୩୧ ହଜାର ୪୪୦ ଥର ଘୁରି ସାରିଛି । ଘୁରିବା ସମୟରେ ପ୍ରତି ସେକେଣ୍ଡରେ ଏହା ୭ଦଶମିକ ୬୬ କିଲୋମିଟର ବେଗରେ ଗତି କରିଥାଏ । ସ୍ପେଶ ଷ୍ଟେସନର ଓଜନ ୪ଦଶମିକ ୪୪ ଲକ୍ଷ କିଲୋଗ୍ରାମ ହୋଇଥିବାବେଳେ ଚଉଡା ୩୫୭ ଦଶମିକ ୫ଫୁଟ ଓ ଲମ୍ବ ୨୩୯ ଦଶମିକ ୪ଫୁଟ୍ ।

ନାସାର ଯୋଜନା ଅନୁସାରେ ସ୍ପେଶ ଷ୍ଟେସନର ଅବଶେଷ ୨୦୩୧ ଜାନୁଆରୀ ମାସରେ ପ୍ରଶାନ୍ତ ମହାସାଗରର ପଏଂଟ ନିମୋରେ ପକାଇବ । ଯାହାକି ଭୂପୃଷ୍ଠଠାରୁ ୨୭ଶହ କିଲୋମିଟର ଦୂରରେ ସମୁଦ୍ରରେ ରହିଛି । ସମୁଦ୍ର ଭିତରେ ଥିବା ଏହି ସ୍ଥାନକୁ ପୁରୁଣା ସ୍ପେଶ ଷ୍ଟେସନ, ପୁରୁଣା ସାଟେଲାଇଟ୍ ଓ ଅନ୍ୟ ଅନ୍ତରୀକ୍ଷ ଆବର୍ଜନାକୁ ପକାଇବା ପାଇଁ ଚିହ୍ନଟ କରାଯାଇଛି ।