ନାସା ଖୋଜିଲା ନୂଆ ଗ୍ରହ, ପୃଥିବୀ ଠାରୁ ୪ ଗୁଣା ବଡ଼ ଗ୍ରହ ସନ୍ଧାନ କରିଥିବା ଦାବି।

249

କନକ ବ୍ୟୁରୋ: ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀ ବ୍ୟତୀତ ଦୁନିଆର ଆଉ କେଉଁଠି ଜୀବନ ଅଛି କି? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କ ପାଖରେ ନାହିଁ । ସେମାନଙ୍କ ପାଖରେ କେବଳ ଏ ସମ୍ବନ୍ଧିତ ଥିଓରୀ ଅଛି । କିନ୍ତୁ ଏବେ ପୃଥିବୀ ଭଳି ଏକ ଗ୍ରହର ସନ୍ଧାନ ହୋଇଥିବା ଦାବି କରିଛି ଆମେରିକା ମହାକାଶ ଏଜେନ୍ସି ବା ନାସା ।

ବୈଜ୍ଞାନିକମାନେ ଏପରି ଏକ ଗ୍ରହର ସନ୍ଧାନ ପାଇଛନ୍ତି, ଯାହା ପୃଥିବୀ ଠାରୁ ଚାରିଗୁଣା ବଡ଼ବୋଲି ନାସା ଦାବି କରିଛି । ଏହାକୁ ସୁପର ଆର୍ଥ କୁହାଯାଉଛି । ସୁପର ଆର୍ଥର ବୈଜ୍ଞାନିକ ନାଁ ରସ୍ ୫୦୮ବି ରଖାଯାଇଛି । ଏହି ଗ୍ରହକୁ ପୂରା ଏକ ବର୍ଷ ପୂରଣ କରିବାକୁ ମାତ୍ର ୧୦ ଦଶମିକ ୮ ଦିନ ସମୟ ଲାଗେ । ଏହି ଏକ୍ସପୋପ୍ଲାନେଟକୁ ଏକ ନୂଆ ଇନଫ୍ରାରେଡ୍ ମନିଟରିଂ ଟେକନିକ୍ ବ୍ୟବହାର କରି ଆବିଷ୍କାର କରାଯାଇଛି । ଏହା ଆମଠାରୁ ୩୭ ଆଲୋକବର୍ଷ ଦୂରରେ ଅବସ୍ଥିତ । ଏହା ସୌରମଣ୍ଡଳ ବାହାରେ ତାରାକୁ ପରିକ୍ରମା କରୁଥିବା ଦାବି କରିଛି ନାସା ।