ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସୋମବାର ଇତିହାସ ରଚିବାରେ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ୍ ଧୱନ ସ୍ପେଶ୍ ସେଣ୍ଟରରେ ଦ୍ୱିପ୍ରହର ୨.୪୩ ମିନିଟ୍ ରେ ନିଜର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ର ସଫଳ ପ୍ରକ୍ଷେପଣ କରିଛି ଇସ୍ରୋ । ଚନ୍ଦ୍ରଯାନ-୨ ର ପ୍ରକ୍ଷେପଣ ଭାରତର “ବାହୁବଲୀ ରକେଟ୍” GSLV ମାର୍କ III-M1 ରେ କରାଗଲା । ୪୮ ଦିନ ପରେ ଚନ୍ଦ୍ରର ଅନ୍ଧାର ଦୁନିଆ କୁହାଯାଉଥିବା ସାଉଥ୍ ପୋଲ୍ ରେ ଚନ୍ଦ୍ରଯାନ-୨ ଲ୍ୟାଣ୍ଡ କରିବ । ଯେଉଁଠାରେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ପହଁଚି ପାରିନାହିଁ ସେଠାରେ ପହଁଚିବା ଲକ୍ଷ୍ୟରେ ଭାରତ । ଇସ୍ରୋର ଏଭଳି କାମକୁ ସାରା ଦୁନିଆରେ ଖୁବ୍ ପ୍ରଶଂସା କରାଯାଉଛି । କିନ୍ତୁ “ଆମେରିକା ସ୍ପେଶ୍ ଏଜେନ୍ସୀ ନାସା” ଏବେ ଚନ୍ଦ୍ରଯାନ-୨ କୁ ନେଇ ଇସ୍ରୋକୁ ଏକ ଟ୍ୱିଟ୍ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନାସା ଟ୍ୱିଟ୍ କରିଥିଲା – ଚନ୍ଦ୍ର ଅଧ୍ୟୟନ ପାଇଁ ଚନ୍ଦ୍ରୟାନ୍ -୨ କୁ ଲଞ୍ଚ୍ କରିବା ପାଇଁ ଇସ୍ରୋକୁ ବହୁତ ବହୁତ ଶୁଭେଚ୍ଛା । ନିଜ ଡିପ୍ ସ୍ପେଶ୍ ନେଟୱର୍କ ଜରିଆରେ ମିଶନ୍ କୁ ନେଇ ସଂପର୍କ ରଖିବା ଏବଂ ସହଯୋଗ କରିବାକୁ ନେଇ ଆମେ ଗର୍ବ ଅନୁଭବ କରୁଛୁ । ଯେଉଁଠାରେ ଆମେ ଅର୍ଟେମିସ୍ ମିଶନ୍ ଜରିଆରେ ଆଗାମୀ କିଛି ବର୍ଷ ମଧ୍ୟରେ ଆମ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବାକୁ ଚେଷ୍ଟା କରୁଛୁ ସେଠାରୁ (ଚନ୍ଦ୍ରର ସାଉଥ୍ ପୋଲ୍ ) ଆପଣଙ୍କୁ ମିଳୁଥିବା ସୂଚନାକୁ ନେଇ ଆମେ ଆଶାନ୍ୱିତ ଅଛୁ ।
Congrats to @ISRO on the launch of Chandrayaan 2, a mission to study the Moon. We're proud to support your mission comms using our Deep Space Network and look forward to what you learn about the lunar South pole where we will send astronauts on our #Artemis mission in a few years pic.twitter.com/dOcWBX3kOE
— NASA (@NASA) July 22, 2019
ନାସାର ଏଭଳି ଅହଂକାର ତଥା ନିଚ୍ଚ ଦେଖାଇଲା ଭଳି ଟ୍ୱିଟ୍ କୁ ନେଇ ଏବେ ଖୁବ୍ ଟ୍ରୋଲ୍ କରାଯାଉଛି । କେତନ ରାମଟେକ୍ ନାମକ ଜଣେ ୟୁଜର କହିଛନ୍ତି ଯେ କ’ଣ ନାସା ଇସ୍ରୋକୁ ଶୁଭେଚ୍ଛା ଜଣାଉଛି ନା ନିଚ୍ଚ ଦେଖାଉଛି ! ଆଉ ଜଣେ ୟୁଜର ଲେଖନ୍ତି , ନାସାର ଏଭଳି ଲେଖାକୁ ମୁଁ ଗ୍ରହଣ କରିପାରୁନାହିଁ , ଅହଙ୍କାର ଏବଂ ନିଚ୍ଚ ଦେଖାଇବା ଭଳି ଶବ୍ଦ ପ୍ର୍ରୟୋଗ କରିଛି ନାଶା । ଏଭଳି ସ୍ଥିତିରେ ନାଶାକୁ ହିଁ ଏଥିପାଇଁ ସଫେଇ ଦେବାକୁ ପଡିଛି । ୩ ଘଣ୍ଟା ପରେ ଆଉ ଏକ ଟ୍ୱିଟ୍ କରି ନାଶା ନିଜ ଭୁଲକୁ ଘୋଡାଇବାକୁ ଚେଷ୍ଟା କରିଛି ।