ପୁଲଓ୍ଵାମା ଆକ୍ରମଣ ପରେ ସେ ଦିନର ହୃଦୟ ଥରାଇବା ଭଳି ଦୃଶ୍ୟ ଦେଖିଥିବା ଯବାନଙ୍କ ବୟାନ ଏବେ ସାମ୍ନାକୁ ଆସିବାରେ ଲାଗିଛି । ହଠାତ୍ କିଭଳି ଜୋରରେ ଶବ୍ଦ କରି ଚାରି ଆଡ଼ ଧୁଆଁ ପାଲଟି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ୪୦ଜଣ ଯବାନ ସହିଦ୍ ହୋଇ ଯାଇଥିଲେ । ସେ ସବୁକୁ ମନେ ପକାଇ ଏବେ ପ୍ରତିଶୋଧର ନିଆଁରେ ଜଳୁଛନ୍ତି ଭାରତୀୟ ଯବାନ । ଏ ମଧ୍ୟରେ ଠାକା ବେଲକର ନାମକ ଜଣେ ଯବାନ କିପରି ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ, ସେ ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଠାକାଙ୍କ ବିବାହ ଫେବୃଆରୀ ୨୪ରେ ହେବାକୁ ଥିବା ବେଳେ ସେ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ଶ୍ରୀନଗର ଯିବା ପର୍ୟ୍ୟନ୍ତ ତାଙ୍କ ଛୁଟି ଆବେଦନ ପତ୍ରକୁ ମଞ୍ଜୁରି ମିଳି ନଥିଲା । ଯାହା ପାଇଁ ସେ ଅନ୍ୟ ଯବାନମାନଙ୍କ ସହ ଶ୍ରୀନଗର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବସରେ ବସିବା ପରେ ତାଙ୍କୁ ଛୁଟି ମଞ୍ଜୁର ହୋଇ ଯାଇଥିବା ଖବର ମିଳିଥିଲା । ଯାହା ପାଇଁ ସେ ବସରୁ ଓହ୍ଲାଇ ନିଜ ସାଥୀ ଯବାନମାନଙ୍କୁ ବିଦାୟ ଦେଇଥିଲେ । ଘରେ ପହଞ୍ଚିବା ପରେ ଠାକା ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣିବାକୁ ପାଇଥିଲେ । ଠାକା ଭାଇଙ୍କ କହିବା ଅନୁଯାୟୀ, ସେ ପୁଲଓ୍ଵାମା ଘଟଣା ବିଷୟରେ ଜାଣିବା ପରେ କାହା ସହ କଥା ହୋଇନାହାନ୍ତି । ବିବାହର ଖୁସି ମନାଇବେ ନା ସହିଦ୍ ଯବାନଙ୍କ ପାଇଁ ଦୁଃଖପ୍ରକାଶ କରିବେ ତାହା ସ୍ଥିର କରି ପାରୁନାହାନ୍ତି । ଏହି ଘଟଣା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଥିବା କହିଛନ୍ତି ଠାକାଙ୍କ ଭାଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/crpf_1550555775_725x725.jpg)
/kanak/media/post_attachments/wp-content/uploads/2019/02/crpf_1550555947-300x185.jpg)