ଟଳିଗଲା ବଡ ବିପଦ : କନ୍ଧମାଳ ଦାରିଙ୍ଗବାଡିରେ ହୁତୁ ହୁତୁ ହୋଇ ଜଳିଗଲା ବସ; ଅଳ୍ପକେ ବର୍ତିଲେ ଯାତ୍ରୀ

ଭଞ୍ଜନଗର ଅଭିମୁଖେ ଯାଉଥିବାବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

426

କନକ ବ୍ୟୁରୋ : ବସରେ ଲାଗିଲା ନିଆଁ । ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବଡ଼ ବିପଦରୁ ଅଳ୍ପକେ ବର୍ତିଗଲେ ଯାତ୍ରୀ । କନ୍ଧମାଳନ ଜିଲ୍ଲା ଦାରିଙ୍ଗବାଡ଼ି ଛକଠାରେ ଥିବା ବସରେ ନିଆଁ ଲାଗି ଯାଇଥିଲା । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏ ରାମପୁର ଠାରୁ ଭଂଜନଗର ଅଭିମୁଖେ ଯିବା ବେଳେ ହଠାତ ବସରେ ସର୍ଟ ସକ୍ରିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ବସ୍ ଥିବା ଯାତ୍ରୀ ଅଳ୍ପକେ ବଡ଼ ବିପଦରୁ ବତି ଯାଇଥିବା ବେଳେ ସେମାନଙ୍କର କୌଣସି ଅସୁବିଧା ହୋଇନଥିବା ଜଣାପଡ଼ିଛି ।