ମୟୂରଭଞ୍ଜ କଳାବାଡିଆ ଛକରେ ଦୁର୍ଘଟଣା : ଦୁର୍ଘଟଣା ପରେ ଟ୍ରକ ତଳୁ ଅଳ୍ପକେ ବର୍ତ୍ତିଲା ଜୀବନ

349

କନକ ବ୍ୟୁରୋ : ରକ୍ଷେ ହରି ମାରେ କିଏ । ଟ୍ରକ ଚକତଳୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ର । ଗାଡ଼ି ତଳେ ଚାପି ହୋଇ ଚୁରମାର ହୋଇଗଲା ମୋଟର ସାଇକେଲ । ମୟୂରଭଞ୍ଜ କଳାବାଡିଆ ଛକଠାରେ ଘଟିଥିଲା ଏହି ଦୁର୍ଘଟଣା । ବାଙ୍ଗିରିପୋଷୀ କୁସୁମବନ୍ଧ ଗାଁର ଡମାନ ମହାଲି ନାମକ ଜଣେ ଛାତ୍ର ପରୀକ୍ଷା ଦେବା ପାଇଁ ମଟର ସାଇକେଲରେ ଯାଉଥିଲେ ।

ରାସ୍ତା ପାର ହେଉଥିବା ବେଳେ ଏକ ସିମେଂଟ ବୋଝେଇ ଟ୍ରକ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲେ । ଟ୍ରକର ମଝି ଚକରେ ଗାଡି ସହିତ ଛାତ୍ର ଫସିଯାଇ କିଛି ବାଟ ଘୋଷାରି ହୋଇ ଯାଇଥିଲେ । ହେଲେ ସୌଭାଗ୍ୟ ବଶତଃ ଦୁର୍ଘଟଣାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ର ଜଣଙ୍କ ।