ବିଜେପି ବିଧାୟକଙ୍କ ଗୁଣ୍ଡାଗିରି : ଅହମଦାବାଦରେ ସର୍ବସମ୍ମୁଖରେ ମହିଳାଙ୍କୁ ମାଡ ମାରିଲେ ବିଧାୟକ । ଭିଡିଓ ହେଲା ଭାଇରାଲ

ବିଜେପି ବିଧାୟକଙ୍କ ଗୁଣ୍ଡାଗିରି : ଅହମଦାବାଦରେ ସର୍ବସମ୍ମୁଖରେ ମହିଳାଙ୍କୁ ମାଡ ମାରିଲେ ବିଧାୟକ । ଭିଡିଓ ହେଲା ଭାଇରାଲ

କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ଗୁଣ୍ଡାଗିରି । ଗୁଜୁରାଟ ନରୋଦା ବିଧାୟକ ବଳରାମ ଥୱାନୀ ଜଣେ ମହିଳାଙ୍କୁ ସର୍ବସମୁଖରେ ମାଡ ମାରୁଥିବା ଭିଡିଓ ଏବେ ସୋସିଆଲ ଭିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ମହିଳା ଜଣକୁ ପାଣି ନମିଳିବାରୁ ବିଧାୟକଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇପଡିଥିଲେ ବିଧାୟକ ।

ଖୋଦ୍ ବିଧାୟକ ନିଜେ ସମ୍ପୃକ୍ତ ମହିଳାଙ୍କୁ ରାସ୍ତା ମଝିରେ ତଳେ ପକାଇ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ମହିଳା ଜଣକ ଚିତ୍କାର କରୁଥିଲେ ବି ତାଙ୍କ ଗୁହାରି କେହି ଶୁଣିନଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ଶାସକ ଦଳକୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଏବଂ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe