କନକ ବ୍ୟୁରୋ: ଏଥର ନର୍ଲା ପ୍ରଚାର ମୈଦାନରେ କଡା ଟକ୍କର । ନର୍ଲା ବିଧାନସଭା ପାଇଁ ୩ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେପି ଅନିରୁଦ୍ଧ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଭକ୍ତଚରଣ ଦାସଙ୍କୁ ଟିକେଟ ଦେଇଛି ଏବଂ ବିଜୁ ଜନତା ଦଳ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ବର୍ତ୍ତମାନର ବିଧାୟକ ଥିବା ଭୂପିନ୍ଦର ସିଂଙ୍କ ଟିକେଟ କାଟି ମନୋରମା ମହାନ୍ତିଙ୍କୁ ଟିକେଟ ଦେଇଛି ଦଳ । ଗତଥର ବିଜେପିରୁ ଟିକେଟ ପାଇ ଭୂପିନ୍ଦରଙ୍କ ଠାରୁ ପରାଜିତ ହୋଇଥିଲେ ଅନିରୁଦ୍ଧ ପ୍ରଧାନ । ବିଜେପି ପୁଣି ଅନିରୁଦ୍ଧଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଓ ବିଜେଡିରେ ନୂଆ ପ୍ରାର୍ଥୀ ଦେଇଛନ୍ତି ।
୨୦୧୯ରେ ବିଧାୟକ ହୋଇଥିଲେ ଭୂପିନ୍ଦର ସିଂ
ବିଜେଡିର ଭୂପିନ୍ଦର ସିଂଙ୍କୁ ୫୩ ହଜାର ୨୬୪ ଭୋଟ୍ ମିଳିଥିଲା
ବିଜେପିର ଅନିରୁଦ୍ଧ ପ୍ରଧାନଙ୍କୁ ୪୪ହଜାର ୨୪୪ଭୋଟ୍ ମିଳିଥିଲା
କଂଗ୍ରେସର ଚିତ୍ତରଞ୍ଜନ ମଣ୍ଡଳଙ୍କୁ ୩୫ହଜାର ୭୫୩ ଭୋଟ୍ ମିିଳିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/narla.jpg)