ବଦଳିଲେ କଟକ ଜିଲ୍ଲାପାଳ । ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଭବାନୀ ଶଙ୍କର ଚଇନିଙ୍କୁ ମିଳିଲା ନୂଆ ଦାୟିତ୍ୱ ।
କନକ ବ୍ୟୁରୋ : ବଦଳିଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କର ଚଇନିଙ୍କୁ କଟକ ଜିଲ୍ଲାପାଳ ପଦରୁ ବଦଳି କରାଯାଇ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି କଟକର ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଭବାନୀ ଶଙ୍କରଙ୍କ ବଦଳରେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ ନରହରୀ ସେଠୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ଭବାନୀ ଶଙ୍କରଙ୍କୁ ତାଙ୍କ ସ୍ଥାନକୁ ବଦଳି କରାଯାଇ ନରହରିଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ଦୁର୍ଗାପୂଜା ଭସାଣି ବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ବାଜା ବଜାଉଥିବାର ଦେଖିବାକୁ ମିଳିଥିଲା ।