କନକ ବ୍ୟୁରୋ : ବଦଳିଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କର ଚଇନିଙ୍କୁ କଟକ ଜିଲ୍ଲାପାଳ ପଦରୁ ବଦଳି କରାଯାଇ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି କଟକର ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଭବାନୀ ଶଙ୍କରଙ୍କ ବଦଳରେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ ନରହରୀ ସେଠୀ ।

Advertisment

ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ଭବାନୀ ଶଙ୍କରଙ୍କୁ ତାଙ୍କ ସ୍ଥାନକୁ ବଦଳି କରାଯାଇ ନରହରିଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ଦୁର୍ଗାପୂଜା ଭସାଣି ବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ବାଜା ବଜାଉଥିବାର ଦେଖିବାକୁ ମିଳିଥିଲା ।