କନକ ବ୍ୟୁରୋ: ନୋବେଲ ଶାନ୍ତି ପୁରସ୍କାର ପାଇବେ ନର୍ଗେସ ମହମ୍ମଦି । ମହିଳା ଅଧିକାର ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଗେସଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରାଯାଇଛି । ଇରାନରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ନର୍ଗେସ ଜେଲରେ ଥାଇ ନୋବେଶ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନର୍ଗେସଙ୍କୁ ଜଣେ ସାହସୀ ମହିଳା ଭାବେ ଜଣାଶୁଣା । ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରି ସେ ୩୧ ବର୍ଷ କାରାଦଣ୍ଡ ଭୋଗିଛନ୍ତି । ବିଭିନ୍ନ ସମୟରେ ନର୍ଗେସଙ୍କୁ ୧୩ଥର ଗିରଫ ହେବାକୁ ପଡ଼ିଛି । ୫ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏବଂ ସମୁଦାୟ ୩୧ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି । ମହମ୍ମଦି ଏବେବି ଜେଲରେ ଅଛନ୍ତି ।