କନକ ବ୍ୟୁରୋ : ପୁରୀରେ ଥିବା ନରେନ୍ଦ୍ର ପୁଷ୍କରିଣୀର ବେଶ ମାହାତ୍ମ୍ୟ ରହିଛି । ଏହି ପୁଷ୍କରିଣୀଟି ଚନ୍ଦନ ପୁଷ୍କରିଣୀ ନାମରେ ମଧ୍ୟ ପରିଚିତ । କାରଣ ଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଚନ୍ଦନଯାତ୍ରା ଅନ୍ୟତମ । ଏହି ପୁଷ୍କରିଣୀରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ରାଜା କପିଳେନ୍ଦ୍ରଦେବଙ୍କ ପୁତ୍ର ନରେନ୍ଦ୍ର ଦେବଙ୍କ ଦ୍ୱାରା ଏହି ପୁଷ୍କରିଣୀ ନିର୍ମାଣ କରାଯାଇଥିଲା ।
ଜଳାଶୟଟି ୧୫ଶହ ଶତାଦ୍ଧୀରେ ନିର୍ମାଣ କରାଯାଇଥିବା ଗବେଷକ ମାନେ ମତ ଦିଅନ୍ତି । ଏହାର ଲମ୍ବ ୮୩୪ ଫୁଟ୍ ଏବଂ ଏହାର ଓସାର ୮୭୩ ଫୁଟ ଏବଂ ଏହା ପ୍ରାୟ ୮ ଏକର ପରିମିତ ଜାଗାରେ ଅବସ୍ଥିତ । ପୁଷ୍କରିଣୀରେ ପ୍ରାୟ ୧୬ଟି ତୁଠ ବା ଘାଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/16-16.jpg)