ପାରମ୍ପରିକ ପୋଷାକ, ପାହାଡି ଟୋପି, ଅଣ୍ଟାରେ ଗେରୁଆ ଗାମୁଛା । କେଦାରନାଥରେ ନିଆରା ଅନ୍ଦାଜରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି ।

180

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱପ୍ରସିଦ୍ଧ କେଦାରନାଥ ଧାମରେ ପହଞ୍ଚି ମହାଦେବଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । କେଦାରନାଥରେ ମୋଦି ପାରମ୍ପରିକ ସିଟ୍ , ପାହାଡି ଟୋପି, ଅଣ୍ଟାରେ ଗେରୁଆ ରଙ୍ଗର ଗାମୁଛା ଓ କାନ୍ଧରେ ଏକ ଚାଦର ପକାଇଥିବାର ଦେଖିବାକୁ ମିଳିଥିଲା । ପୂରା ପାରମ୍ପରିକ ବେଶଭୂଷାରେ କେଦାରନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ ଲୁକକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

୧୧୭୫୫ ଫୁଟ ଉଚ୍ଚରେ ଥିବା କେଦାରନାଥ ମନ୍ଦିରକୁ ପହଞ୍ଚିବା ପାଇଁ ପ୍ରଥମେ ହେଲିକପ୍ଟରରେ ଯାଇଥିଲେ ମୋଦି । ହେଲିପ୍ୟାଡରୁ ଚାଲି ଚାଲି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ମୋଦି । ପାହାଡି ଅଧିବାସୀଙ୍କ ଅନ୍ଦାଜରେ ଯାତ୍ରା ସମୟରେ ହାତରେ ବାଡି ଧରିଥିଲେ ମୋଦି । ମନ୍ଦିରରେ ପହଞ୍ଚିବା ପରେ ପୂଜାରୀ ତାଙ୍କୁ ଏକ ଚାଦର ଉପହାର ଦେଇଥିଲେ ।

ଗତ ୨ ବର୍ଷ ମଧ୍ୟରେ ଚାରିଥର ମହାଦେବଙ୍କ ଦର୍ଶନ ପାଇଁ କେଦାରନାଥରେ ପହଞ୍ଚିବା ପରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ଓ ରୁଦ୍ରାଭିଷେକ କରିଥିଲେ । ପରେ ମନ୍ଦିର ପରିକ୍ରମା କରିବା ସହ ବରଫ ଚାଦରରେ ଘୋଡାଇ ହୋଇଥିବା ପର୍ବତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ଏହାଛଡା କେଦାରନାଥ ଗୁମ୍ଫା ଓ କେଦାରଘାଟିର ପୁନଃନିର୍ମର୍ାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏସବୁ ପରେ ବୋନି ଗୁମ୍ପାରେ ଧ୍ୟାନରେ ବସିଥିଲେ ମୋଦି ।