ଶରଦ ପାୱାରଙ୍କ ଭବିଷ୍ୟବାଣୀ : କହିଲେ, ବିଜେପି ହୋଇପାରେ ସବୁଠାରୁ ବଡ ଦଳ, କିନ୍ତୁ ମୋଦି ହୋଇପାରିବେନି ପ୍ରଧାନମନ୍ତ୍ରୀ

312

ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଭବିଷ୍ୟବାଣୀ କରିଛନ୍ତି କି, ନିର୍ବାଚନ ପରିଣାମ ପରେ ବିଜେପି ସବୁଠାରୁ ବଡ ଦଳ ହୋଇପାରେ । କିନ୍ତୁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଶରଦ ପାୱାର ବୟାନରେ କହିଛନ୍ତି କି, “ମୋର ଯେତିକି ରାଜନୀତିରେ ଅଭିଜ୍ଞତା ଅଛି, ତାକୁ ଦେଖି ଲାଗୁଛି କି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ମୁଁ କୌଣସି ଜ୍ୟୋତିଷ ନୁହେଁ କିନ୍ତୁ ମତେ ଲାଗୁଛି କି ବିଜେପିକୁ ସେତେ ସିଟ୍ ମିଳିବନି, ଯେତେ ତାଙ୍କୁ ଆବଶ୍ୟକ ।”

ଶରଦ ପାୱାରଙ୍କ କହିବାନୁସାରେ, ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବନି । ତାଙ୍କୁ ବହୁମତରୁ କମ୍ ସିଟ୍ ମିଳିବ । ବିଜେପି ସବୁଠାରୁ ବଡ ଦଳ ହୋଇପାରେ । କିନ୍ତୁ ସବୁଠାରୁ ବଡ ଦଳ ହେବା ପରେ ସେ ମନ ମୁତାବକ ପିଏମ୍ ବନାଇପାରିବ ନାହିଁ । ତାଙ୍କୁ ଅନ୍ୟ ଦଳର ସହାୟତା ନେବାକୁ ପଡିବ । ଏବଂ ଏହା ଯଦି ହେବ, ତେବେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଖୋଜିବାକୁ ପଡିବ ।

ସୂଚନାଯୋଗ୍ୟ, ଏନସିପି ପ୍ରମୁଖ ଶରଦ ପାୱାର ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେନି । ନିର୍ବାଚନ ଲଢ଼ିବା ସମ୍ଭାବନା ଉପରେ ବିରାମ ଦେଇ ପାୱାର କହିଛନ୍ତି କି, “ମୋ ପରିବାରରୁ ଦୁଇ ଜଣ ସଦସ୍ୟ ୨୦୧୯ ଲୋକସଭା ନିର୍ବାଚନ ଲଢୁଛନ୍ତି । ମୁଁ ୧୪ ଥର ନିର୍ବାଚନ ଲଢ଼ିସାରିଛି, ସେଥିପାଇଁ ମୁଁ ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଲି ।”