କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବେ। ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁରରୁ ଏହି ଅଭିଯାନ ଆରମ୍ଭ କରିବେ। ଏଥିପାଇଁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜୟପୁରର ବାଙ୍କବିଜା ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଓ ନବରଂଗପୁର ଲୋକସଭା ସମେତ ୧୪ଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ଜୟପୁରରେ ବିଜେପି ନେତାଙ୍କ ଭିଡ଼ ଜମିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ମନମୋହନ ସାମଲ ପ୍ରମୁଖ ଆସି ପହଞ୍ଚିଛନ୍ତି।

Advertisment

publive-image http://www.ohmyindia.com/

ଆଜି ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୨୦ରେ ଦିଲ୍ଲୀରୁ ଜଗଦଲପୁରଠାରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ ଜୟପୁର ବିମାନ ବନ୍ଦରରେ ଓହ୍ଲେଇବେ। ୧୦ଟା ୫୫ରେ ଜୟପୁର ବିମାନ ବନ୍ଦରରୁ ବାହାରି ସଭାସ୍ଥଳରେ ପହଞ୍ଚିବେ। ୧୧ଟାରୁ ୧୧ଟା ୪୦ ଯାଏଁ ଅଭିଭାଷଣ ପାଇଁ ସମୟ ନିର୍ଧାରିତ ହୋଇଛି। ୧୧ଟା ୪୫ରେ ସଭାସ୍ଥଳ ଛାଡ଼ି ଜୟପୁର ବିମାନ ବନ୍ଦରକୁ ଯିବେ। ୧୧ଟା ୫୫ରେ ଜଗଦଲପୁର ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବା ପରେ ସେଠାରୁ ପୁଣି ଆନ୍ଧ୍ରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

publive-image source : The Indian Wire

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଏକମ୍ବା ପଡିଆ ନକଟରେ ୩ଟି ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଛି। ସୁରକ୍ଷା ପାଇଁ ପାଖାପାଖି ୪୫ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ଲାଲଙ୍କ ତତ୍ତ୍ବାବଧାନରେ ୪ଜଣ ଏସପି, ୧୦ ଜଣ ଅତିରିକ୍ତ ଏସପି, ୩୦ ଜଣ ଡିଏସପି ଏବଂ ୧୫୦ ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।