କନକବ୍ୟୁରୋ :ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ନରେନ୍ଦ୍ର ମୋଦୀ ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସବସମ୍ମତିକ୍ରମେ ନିଆଗଲା ନିଷ୍ପତ୍ତି । ଗତକାଲି ଲୋକସଭା ଫଳାଫଳ ଆସିବା ପରେ କିଏ ଗଢିବ ସରକାର ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏନଡିଏ ମେଣ୍ଟ ବହୁମତ ପାଇଛି ଓ ବହୁମତରୁ କିଛି କମ୍ ଆସନ ପାଇଛି ଇଣ୍ଡିଆ ମେଣ୍ଟ । ହେଲେ ଏନଡିଏ ମେଣ୍ଟରେ ସହଯୋଗୀ ଥିବା ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ରାଜନୀତି ଅସ୍ଥିର ହୋଇଛି । କାରଣ ନୀତିଶ ଓ ଚନ୍ଦ୍ରବାବୁୁ ବର୍ତମାନ ପରିସ୍ଥିତିରେ କିଙ୍ଗମେକର ହେବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା ।
ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ,ବୈଠକରେ ନରେନ୍ଦ୍ର ମୋଦୀ ଏନଡିଏର ନେତା ଭାବେ ନିର୍ବାଚିତ
/kanak/media/post_attachments/wp-content/uploads/2024/06/GPT8x9JawAAN02n.jpeg)