ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସ ଉପରେ ଜୋରଧାର ଆକ୍ରମଣ କରି ଏକ ବ୍ଲଗ୍ ଲେଖିଥିଲେ । ଯେଉଁଥିରେ ସେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଲଗାମ ଲଗାଇବା ପାଇଁ ଏବଂ ସଂସ୍ଥାକୁ ଅସୁବିଧା ପହଚାଂଇବାର ଅଭିଯୁକ୍ତ ଲଗାଇଥିଲେ । ପ୍ରଧାନମନ୍ତ୍ରୀ ନିଜ ବ୍ଲଗରେ କହିଥିଲେ ୨୦୧୪ ଲୋକସଭା ନିର୍ବାଚନ ପରେ ଦେଶ ପରିବର୍ତ୍ତନ ବଦଳରେ ଲୋକତନ୍ତ୍ର ଏବଂ ବିନାସ ସ୍ଥାନରେ ବିକାଶକୁ ଚୟନ କରିଥିଲେ । ସେ ଲେଖିଛନ୍ତି ଯେ ନିର୍ବାଚନରେ ଜନତା ବୋଟ୍ ବ୍ୟାଙ୍କ ରାଜନୀତି ଉପରେ ବିକାଶର ରାଜନୀତିକୁ ପ୍ରାଥମିକତା ଦେଉଛନ୍ତି । ୨୦୧୪ ମସିହା ନିର୍ବାଚନକୁ ଐତିହାସିକ କହି ପିଏମ୍ ମୋଦି ଭାରତରେ ପ୍ରଥମଥର କୌଣସି ବଂଶବାଦୀ ପାର୍ଟିକୁ ପୂର୍ଣ୍ଣ ରୁପରେ ବହୁମତ ମିଳିବା କଥା କହିଥିଲେ । ସେତେବେଳେ ଜନତା ଭ୍ରଷ୍ଟାଚାରରେ ଉବୁଟୁବୁ ହେଉଥିବା ସରକାରରୁ ମୁକ୍ତି ପାଇବା ପାଇଁ ଏକ ଉନ୍ନତ ଭବିଷ୍ୟତକୁ ଭୋଟ୍ ଦେଇଥିଲେ । ଯେତେବେଳେ କେଉଁ ସରକାର ପରିବାରରୁ ବାହାରି ଦେଶ ପ୍ରଥମର ଭାବନାରେ ଆଗକୁ ବଢିଥାନ୍ତି ସେତେବେଳେ ତାହା ତାଙ୍କ କାମରେ ମଧ୍ୟ ଦେଖାଯାଏ । ଏହା ଆମ ସରକାରର କ୍ଷମତା ଯାହା ୫ ବର୍ଷ ମଧ୍ୟରେ ଭାରତକୁ ଦୁନିଆର ଶୀର୍ଷ ଅର୍ଥବ୍ୟବସ୍ଥାରେ ସାମିଲ୍ କରିଛି । ପ୍ରଧାନମନ୍ତ୍ରୀ ନିଜ ବ୍ଲଗରେ କଂଗ୍ରେସ ଉପରେ ଅଦାଲତର ଅବମାନନା କରିବା , ସରକାରୀ ସଂସ୍ଥାର ଗାରିମାକୁ କମ୍ କରିବାର ଅଭିଯୋଗ ଲଗାଇଛନ୍ତି ।
ତେବେ ଏନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଲଟବାର କରିଛନ୍ତି ଏବଂ କହିଛନ୍ତି , ‘ମୋଦି ସରକାର ଦେଶର ସଂସ୍ଥା ବ୍ୟବସ୍ଥାକୁ ବରବାଦ୍ କରିଦେଇଛନ୍ତି । ମୋଦୀ ଜୀ ଚାହିଁଲେ ଆମକୁ ପ୍ରତାଡିତ କରିପାରନ୍ତି କିନ୍ତୁ ଆମେ ଡରିବା ଲୋକ ନୁହଁ । ସେ କହିଲେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ବୋକା ଭାବିବା ବନ୍ଦ କରନ୍ତୁ । ଯେଉଁ ଲୋକମାନେ ଶାସନ ଗାଦିରେ ବସିଥାନ୍ତି ତାଙ୍କୁ ଦୁଇପ୍ରକାର ଭ୍ରମ ହୋଇଥାଏ । ପ୍ରଥମ , ସେ ସହଜରେ ଲୋକଙ୍କୁ ବୋକା ବନାଇପାରିବେ । ଦ୍ୱିତୀୟ ଯେଉଁ ଲୋକମାନେ ତାଙ୍କ ବିରୋଧ କରନ୍ତି ସେମାନେ ତାଙ୍କୁ ଡରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/narendra-modi-priyanka-gandhi_146635_730x419.jpg)
/kanak/media/post_attachments/wp-content/uploads/2019/03/narendra-modi-and-priyanka-gandhi-PTI_0_0_0_0_0_0_0_0-300x150.jpg)