କଂଗ୍ରେସ ଗଡରେ ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍ : କହିଲେ, ଏକେ-୨୦୩ ହେବ ଅମେଠିର ନୂଆ ପରିଚୟ

କଂଗ୍ରେସ ଗଡରେ ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍ : କହିଲେ, ଏକେ-୨୦୩ ହେବ ଅମେଠିର ନୂଆ ପରିଚୟ

source : Zee News

ଏକେ-୨୦୩ ରାଇଫଲ୍ ଆମେଠିର ପରିଚୟ ହେବ। ଅତ୍ୟାଧୁନିକ ଏକେ-୨୦୩ ଅମେଠିରେ ପ୍ରସ୍ତୁତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କଂଗ୍ରେସର ଗଡ଼ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ ଆସନ ଅମେଠିରେ ରବିବାର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୧୯୮୮ରେ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହିତ ଏଠାକୁ ଆସିଥିଲି। ସେଦିନ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ସେ କହିଛନ୍ତି, ଯେଉଁମାନେ ଆମକୁ ଭୋଟ ଦେଇଛନ୍ତି ଏବଂ ଯେଉଁମାନେ ଆମକୁ ଭୋଟ ଦେଇ ନାହାନ୍ତି, ସମସ୍ତେ ଆମର ଲୋକ ଅଟନ୍ତି। ମୋଦି କହିଛନ୍ତି ଆମେ ଆମେଠି ଲୋକସଭା ଆସନ ଜିତି ନାହିଁ କିନ୍ତୁ ଲୋକଙ୍କର ଦୃଦୟକୁ ଜିତିଛୁ।

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କିଛି ଲୋକ କେବଳ ମେଡ ଇନ ଜୟପୁର, ମେଡ ଇନ ଇନ୍ଦୋର କହୁଛନ୍ତି କିନ୍ତୁ ଆମେ ମେଜ ଇନ୍ ଆମେଠିକୁ ସଫଳ କରୁଛୁ। ଆମେଠିରେ ଏକେ-୨୦୩ ପ୍ରସ୍ତୁତ ହେବ । ଏହି ରାଇଫଲ ଅମେଠିର ପରିଚୟ ହେବ । ସେନାକୁ ଆହୁରି ଶକ୍ତିଶାଳୀ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଆମେଠିରେ ୫୩୮ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ନରେନ୍ଦ୍ର ମୋଦି କହିଛନ୍ତି, ବିଗତ ୪ ବର୍ଷରେ ଅମେଠି ଏବଂ ଉତ୍ତର ପ୍ରଦେଶର ବିକାଶ ଲାଗି ଆମ ସରକାର ଯେତେ କାର‌୍ୟ୍ୟ କରିଛି, ଆଜି ଏହାକୁ ଆହୁରି ସଂପ୍ରସାରଣ କରିବା ଲାଗି ଆପଣଙ୍କ ଗହଣକୁ ଆସିଛି। ଏହି ସମୟ ଉପସ୍ଥିତ ଲୋକେ ‘ରାହୁଲ ଗାନ୍ଧୀ ଚୋର୍ ହେ’ ସ୍ଳୋଗାନ ଦେଇଥିଲେ।

ଅମେଠିର ସମ୍ରାଟ ପଡ଼ିଆରେ ପ୍ରଧାନମନ୍ତ୍ରୀ ଅନେକ ଗୁଡ଼ିଏ ଯୋଜାନାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତ ମାତା କି ଜୟ ସ୍ଳୋଗାନରୁ ଭାଷଣ ଆରମ୍ଭ କରିଛନ୍ତି। ସେହିଭଳି ଆମେଠିରେ ୫୩୮ କୋଟି ଟଙ୍କାର ପ୍ରକଳ୍ପ ଉପହାର ଦେଇଛନ୍ତି । ମୋଦିଙ୍କ କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମୋଦି ଆଜି ପାଟଣାର ଗାନ୍ଧୀ ପଡ଼ିଆରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe