ବଦଳିଲା ମୋଦିଙ୍କ ଟ୍ୱିଟର ପ୍ରୋଫାଇଲ ଫଟୋ...ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ଘୋଷଣା ପରେ ନିଜ ପ୍ରୋଫାଇଲରେ ଅପଲୋଡ କଲେ ଏକ ମୁହଁ ଘୋଡା ଫଟୋ

Advertisment
ବଦଳିଲା ମୋଦିଙ୍କ ଟ୍ୱିଟର ପ୍ରୋଫାଇଲ ଫଟୋ...ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ଘୋଷଣା ପରେ ନିଜ ପ୍ରୋଫାଇଲରେ ଅପଲୋଡ କଲେ ଏକ ମୁହଁ ଘୋଡା ଫଟୋ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସଂବୋଧିକ କରିବା ସହ କରୋନା ବିରୁଦ୍ଧରେ ଲଢେଇ ପାଇଁ ଜାରି ହୋଇଥିବା ଲକଡାଉନ କଟକଣାକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଉ ଏହି ସଂଶୋଧନ ତୁରନ୍ତ ବାଦ୍ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଂଟର ପ୍ରୋଫାଇଲ ଫଟୋକୁ ବଦଳାଇଦେଇଛନ୍ତି । ଦେଶବାସୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମ୍ପର୍କରେ ସୂଚନା ଦେବା ପରେ ସେ ନିଜ ପ୍ରୋଫାଇଲରେ ମୁହଁ ଘୋଡ଼ା ଏକ ଫଟୋ ଅପଲୋଡ କରିଛନ୍ତି । ଏହି ଫଟୋରେ ମୋଦି ନିଜର ନାକ ଓ ପାଟିକୁ ଘୋଡ଼ାଇ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ନିଜ ସଂବୋଧନରେ ବାରମ୍ବାର ଲୋକଙ୍କୁ କେବଳ ମାସ୍କ ପିନ୍ଧିବାକୁ ଚିନ୍ତା ନକରି ବରଂ ନିଜ ଘରେ ଥିବା କୌଣସି ବି କପଡା ବା ଗାମୁଛା କିମ୍ବା ତଉଲିଆରେ ନିଜ ମୁହଁକୁ ଢାଙ୍କିବାକୁ ପରାମର୍ଶ ଦେଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟରେ ନିଜ ଫଟୋକୁ ବଦଳାଇବା ସହ ଏହା ଜରିଆରେ ସମାଜକୁ ଏକ ବାର୍ତା ଦେବାକୁ ପ୍ରୟାସ କରିଛନ୍ତି । ଫଳରେ ଲୋକେ ପ୍ରଭାବିତ ହୋଇ ଘରେ ଥିବା କପଡା-ଗାମୁଛାରେ ନିଜ ମୁହଁକୁ ଢାଙ୍କିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଆଜି ମୋଦି ଦେଶବାସୀଙ୍କୁ ସଂବୋଧିତ କରିବା ଆରମ୍ଭ କରିବା ପୂର୍ବରୁ ମୁହଁରେ ଗାମୁଛା ଗୁଡାଇଥିଲେ । ସମ୍ବୋଧନ ବେଳେ ଦେଇଥିବା ସପ୍ତପଦୀ ମନ୍ତ୍ରରେ ବି ପ୍ରଧାନମନ୍ତ୍ରୀ ମାସ୍କର ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା ନିକଟରେ ଦେଶରେ ଲକଡାଉନ ଅବଧି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଯେତେବେଳେ ଆଲୋଚନା କରିଥିଲେ ସେ ସମୟରେ ମଧ୍ୟ ମୋଦି ମୁହଁରେ ଗାମୁଛା ବାନ୍ଧିଥିବାର ନଜର ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe