କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ । ପଦ, ଗୋପନୀୟତାର ସତ୍ୟପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

82

କନକ ବ୍ୟୁରୋ: ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେଲା ମୋଦୀ ସରକାରର ତୃତୀୟ ଅଧ୍ୟାୟ । କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ପଦ ଓ ଗୋପନୀୟତାର ପ୍ରଧାନମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୪, ୨୦୧୯ ପରେ ତୃତୀୟ ଥର ପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ୨୦୨୪ରେ ସହଯୋଗୀଙ୍କୁ ନେଇ ସରକାର ଗଠନ କରିବାକୁ ପଡିଛି ।

ବିଜେପି ଏକାକୀ ୨୪୦ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀଙ୍କୁ ମିଶାଇ ୨୯୨ ଆସନ ସହ ସରକାର ଗଠନ କରିଛି । ଶପଥ ଗ୍ରହଣ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ ହୋଇଥିଲା । ଏଥିରେ ପଡୋଶୀ ଦେଶର ରାଷ୍ଟ୍ର ମୁଖ୍ୟ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଭୁଟାନ ରାଜା, ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଶିଳ୍ପପତି ମୁକେଶ ଅମ୍ବାନୀ, ଗୈାତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା, ଅଭିନେତା ରଜନୀକାନ୍ତ, ଶାହରୁଖ ଖାନ ପ୍ରମୁଖ ଯୋଗ ଦେଇଥିଲେ ।