କନକ ବ୍ୟୁରୋ: ୪ ରାଜ୍ୟର ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିବା ପରେ ଶୁକ୍ରବାର ଗୁଜରାଟ ଅହମଦାବାଦରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ରୋଡ ଶୋ ଜରିଆରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି । ଆଉ କିଛି ଦିନ ପରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ମୋଦିଙ୍କ ଏହି ବିଶାଳ ରାଲି ନିର୍ବାଚନୀ ବିଗୁଲ ବୋଲି କୁହାଯାଇପାରେ । ଦୁଇ ଦିନିଆ ଗୁଜରାଟ ଗସ୍ତର ପ୍ରଥମ ଦିନରେ ମୋଦି ବିଶାଳ ରୋଡ ଶୋ କରି ଅହମଦାବାଦ ବିଜେପି ମୁଖ୍ୟାଳୟରେ ପହଁଚିଥିଲେ ।

Advertisment

ଅହମଦାବାଦ ବିମାନବନ୍ଦରୁ ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରୋଡ ଶୋ କରିଛନ୍ତ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ଦେଖିବା ପାଇଁ ରାସ୍ତା ଉଭୟ କଡରେ ଶତାଧିକ ଲୋକ ଛିଡା ହୋଇଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ରାଜ୍ୟ ସଭାପତି ସିଆର ପାଟିଏ ମଧ୍ୟ ସାଥିରେ ଥିଲେ ।ଖୋଲାଜିପରେ ଛିଡା ହୋଇ ଲୋକଙ୍କୁ ହାତ ହଲାଇ ଅଭିଭାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ୪ ରାଜ୍ୟ ସଫଳତା ପାଇଥିବାରୁ ମୋଦି ବିଜୟ ସଙ୍କେତ ଲୋକଙ୍କୁ ପ୍ରଦର୍ଶନ କରିଥିଲେ ଗୁଜରାଟ ପଂଚାୟତ ମହାସସମ୍ମିଳନୀରେ ଯୋଗ ଦେଇଛନ୍ତି ।

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଜିତିଥିବା ଜନପ୍ରତିନିଧି ଯୋଗ ଦେବେ । ଚଳିତବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେବ । ତାରିଖ ଘୋଷଣା କରଯାଇନି । ହେଲେ ୪ ରାଜ୍ୟରେ ବିଜେପି ମିଳିଥିବା ସଫଳତା ଏବେଠାରୁ ଗୁଜରାଟାବାସୀଙ୍କ ପାଖରେ ପହଁଚାଇବା ପାଇଁ ପ୍ରୟାସ କରୁଛି ବିଜେପି ।