କନକ ବ୍ୟୁରୋ : ପୂରଣ ହେଲା ଶହେ ବର୍ଷର ସ୍ୱପ୍ନ, ପାଣି ତଳେ କ୍ଷୀପ୍ର ବେଗରେ ଦୌଡ଼ିଲା ମେଟ୍ରୋ ରେଳ । ଆଜି ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଜ ପତାକା ଦେଖାଇ ଏହି ଅଣ୍ଡରୱାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ମୋଦୀ । ସହରୀ ଗତିଶୀଳତା ଓ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ ହେବ । କୋଲକାତା ମେଟ୍ରୋର ସମ୍ପ୍ରସାରଣ କରାଯାଇଥିବା ବେଳେ ହାୱଡା ମୈଦାନ-ଏସପ୍ଲାନେଡ ଯାଏ ନଦୀ ଭିତରେ ଏହି ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପର ନିର୍ମାଣ କରାଯାଇଛି । ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି । ଏହି ପ୍ରକଳ୍ପ ଲୋକାର୍ପଣ ପରେ ହାୱଡା ମେଟ୍ରୋ ଷ୍ଟେସନ ଦେଶର ପ୍ରଥମ ଏବଂ ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିଛି ।

Advertisment

ଅଣ୍ଡରୱାଟର ମେଟ୍ରୋ ଟ୍ରେନର ଉଦଘାଟନ ପରେ ଏହି ମେଟ୍ରୋରେ ବସି ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍କୁଲ ପିଲାଙ୍କ ସହ ବସି ଏହି ମେଟ୍ରୋ ଯାତ୍ରାର ଅନୁଭୂତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯାତ୍ରା ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ ।