କନକ ବ୍ୟୁରୋ : ମୋଦିଙ୍କ ଶିବ ଆରାଧନା । କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚନା । କେଦାରନାଥ ମନ୍ଦିରର ଗର୍ଭଗୃହରେ ପ୍ରାୟ ୨୦ମିନିଟ ଧରି ପୂଜାର୍ଚନା କରିଛନ୍ତି ମୋଦି । ଏହାସହ ରୁଦ୍ରାଭିଶେକ ମଧ୍ୟ କରିଛନ୍ତି । ମୋଦିଙ୍କ ଗସ୍ତ ପାଇଁ ମନ୍ଦିରକୁ ଫୁଲରେ ସଜାଯାଇଥିଲା । ଏହାସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ଦିନିକିଆ କେଦାରନାଥ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେ ମନ୍ଦିର ପରିସର ବୁଲି ଦେଖିଛନ୍ତି ।
/kanak/media/post_attachments/wp-content/uploads/2017/10/Screen-shot-2017-10-20-at-11.29.20-AM-300x215.png) ଏହାପରେ କେଦାରପୁରୀରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ ମୋଦି । ସେଠାରେ ବିଭିନ୍ନ ବିକାଶ ମୂଳକ ଯୋଜନାର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଜନସଭାରେ ପାଖାପାଖି ୫ହଜାର ଲୋକ ସାମିଲ ହେବା ନେଇ ସୂଚନା ରହିଛି । ୨୦୧୩ରେ ହୋଇଥିବା ବନ୍ୟାରେ କେଦାରନାଥ ବେଶ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ୪ହଜାର ୫ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ମେ’ ରେ ମଧ୍ୟ କେଦାରନାଥ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଜି ପୁଣି ଥରେ ଦିନିକିଆ କେଦାରନାଥ ଗସ୍ତରେ ଯାଇଛନ୍ତି ମୋଦି ।
ଏହାପରେ କେଦାରପୁରୀରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ ମୋଦି । ସେଠାରେ ବିଭିନ୍ନ ବିକାଶ ମୂଳକ ଯୋଜନାର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଜନସଭାରେ ପାଖାପାଖି ୫ହଜାର ଲୋକ ସାମିଲ ହେବା ନେଇ ସୂଚନା ରହିଛି । ୨୦୧୩ରେ ହୋଇଥିବା ବନ୍ୟାରେ କେଦାରନାଥ ବେଶ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ୪ହଜାର ୫ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ମେ’ ରେ ମଧ୍ୟ କେଦାରନାଥ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଜି ପୁଣି ଥରେ ଦିନିକିଆ କେଦାରନାଥ ଗସ୍ତରେ ଯାଇଛନ୍ତି ମୋଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/6-16.jpg)