କନକ ବ୍ୟୁରୋ : ନରେନ୍ଦ୍ର ମୋଦୀ ଏନଡିଏ ସଂସଦୀୟ ଦଳର ନେତା ନିର୍ବାଚିତ । ସେପଟେ ସରିଲା ଏନଡିଏ ମେଂଟର ବୈଠକ, କିଛି ସମୟ ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇବ ଏନଡିଏ । ମୋଦିଙ୍କ ବାସଭବନରେ ବସିଥିବା ବୈଠକରେ ବିଜେପିର ବରିଷ୍ଠ ନେତାଙ୍କ ସମେତ ଏନଡିଏର ସହଯୋଗୀ ଦଳର ମୁଖ୍ୟ ମାନେ ଯୋଗ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଏଲଜେପିର ଚିରାଗ ପାଶୱାନ, ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଏନଡିଏର ସହଯୋଗୀ ଦଳ ମାନେ ମୋଦିଙ୍କୁ ସମର୍ଥନ ନେଇ ଘୋଷଣା କରିବା ସହ ନିଜ ଦାବି ଉପସ୍ଥାପନ କରିଥିଲେ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏହି ବୈଠକରେ ୬ଟି ମନ୍ତ୍ରୀମଣ୍ଡଳ ସମେତ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କରଛନ୍ତି । ସେହିପରି ଜେଡିୟୁ ମୁଖ୍ୟ ନୀତିଶ କୁମାର ମଧ୍ୟ କିଛି ମନ୍ତ୍ରୀମଣ୍ଡଳ ଦାବି କରିବା ସହ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଛନ୍ତି । ଅନ୍ୟ ସହଯୋଗୀ ଦଳ ମାନଙ୍କ ପକ୍ଷରୁ ମଧ୍ୟ ଏହି ବୈଠକରେ ଦାବି ଉପସ୍ଥାପନ କରାଯାଇଛି । ଆଉ କିଛି ସମୟ ପରେ ମୋଦିଙ୍କ ନେତୃତ୍ୱରେ ଏନଡିଏର ନେତା ମାନେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢିବାକୁ ଦାବିପତ୍ର ଦେଇପାରନ୍ତି ।

ତୃତୀୟ ପାଲିରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି । ଲୋକସଭା ଭଙ୍ଗ କରିଲେ ରାଷ୍ଟ୍ରପତି । ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୮ତାରିଖ ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦୀ