ସରକାର ଗଠନ ପୂର୍ବରୁ ମୋଦୀଙ୍କ ପାୱାର ସୋ’ । ଏନଡିଏ ମେଣ୍ଟର ସହଯୋଗୀଙ୍କ ସହ ଦେଖାଇଲେ ବିଜୟ ସଂକେତ, ନରେନ୍ଦ୍ର ମୋଦୀ ଏନଡିଏ ମେଣ୍ଟର ନେତା ନିର୍ବାଚିତ

ସରକାର ଗଠନ ପୂର୍ବରୁ ମୋଦୀଙ୍କ ପାୱାର ସୋ’ । ଏନଡିଏ ମେଣ୍ଟର ସହଯୋଗୀଙ୍କ ସହ ଦେଖାଇଲେ ବିଜୟ ସଂକେତ, ନରେନ୍ଦ୍ର ମୋଦୀ ଏନଡିଏ ମେଣ୍ଟର ନେତା ନିର୍ବାଚିତ

କନକ ବ୍ୟୁରୋ : ଚଳିତ ଲୋକସଭା ନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିଛି । ସାରା ବିଶ୍ୱରେ ବୃହତମ ରାଜନୈତିକ ଦଳ ବୋଲି ଦାବି କରୁଥିବା ବିଜେପି କିନ୍ତୁ ଚଳିତ ନିର୍ବାଚନରେ ଏକାକୀ ବହୁମତ ହାସଲ କରିବାରେ ବିଫଳ ହୋଇଛି । କିଛି ଛୋଟ ଛୋଟ ରାଜନୈତିକ ଦଳ ଭରସାରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି । ଏହାରି ଭିତରେ ଆଜି ଏନଡିଏର ସମସ୍ତ ସହଯୋଗୀ ଦଳଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇ ନଥିଲେ ବି ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ମେଣ୍ଟର ନେତା ଭାବେ ନିର୍ବାଚିତ କରାଯାଇଛି । ସହଯୋଗୀଦଳମାନେ ସେମାନଙ୍କ ସମର୍ଥନ ପତ୍ର ଦେଇଛନ୍ତି । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହଯୋଗୀ ଦଳ ନେତାଙ୍କ ସହ ଏକ ଫଟୋ ସେସନ୍ କରିଛନ୍ତି । ଏହି ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସହଯୋଗୀ ଦଳର ନେତାମାନେ ବିଜୟ ସଂକେତ ଦେଖାଇଛନ୍ତି ।

ଏହି ଏନଡିଏ ମେଣ୍ଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଏକନାଥ ସିନ୍ଦେ, ଏଚଡି କୁମାର ସ୍ୱାମୀ, ପ୍ରଫୁଲ୍ଲ ପଟେଲ, ଜିତିନରାମ ମାଞ୍ଝୀ, ପବନ କଲ୍ୟାଣ, ଅନୁପ୍ରିୟା ପଟେଲ, ଚିରାଗ ପାସୱାନ, ଜୟନ୍ତ ଚୌଧୁରୀ, ଲଲନ ସିଂ, ଅମିତ ଶାହା, ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe