ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦି । କହିଲେ, ଲକଡାଉନ ହେଉ ଅନ୍ତିମ ବିକଳ୍ପ

2,187

କନକ ବ୍ୟୁରୋ : ଆଜି କରୋନାର ଦ୍ୱିତୀୟ ଲହରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଲକଡାଉନରୁ ବଞ୍ଚିବାକୁ ରାଜ୍ୟ ସରକାର କାମ କରନ୍ତୁ । ଆମ ପାଇଁ ଅନ୍ତିମ ବିକଳ୍ପ ହେଉ ଲକଡାଉନ । ମାଇକ୍ରୋ କଣ୍ଟନମେଣ୍ଟ ଜୋନକୁ ଗୁରୁତ୍ୱ ଦିଅନ୍ତୁ ରାଜ୍ୟ ସରକାର ।

ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଭରସା ଦିଅନ୍ତୁ । ରାଜ୍ୟମାନେ ଶ୍ରମିକମାନଙ୍କୁ ଅନୁରୋଧ କରିବା ଉଚିତ, ସେମାନେ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ସେହିଠାରେ ହିଁ ତାଙ୍କୁ ଟିକା ପ୍ରଦାନ କରାଯିବ । କୋଭିଡ ଅନୁଶାସନ ସମସ୍ତେ ପାଳନ କରନ୍ତୁ ।

ଦେଶ ଏକ ବଡ ଲଢେଇ କରୁଛି । ଆମକୁ ଦୃଢତାର ସହ ଏହାକୁ ସମ୍ନା କରିବାକୁ ହେବ । ପୋଲିସ, ଡାକ୍ତର, ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ । ପ୍ରଥମ ଲହରରେ ନିଜ ଜୀବନକୁ ବାଜି ଲଗାଇଥିଲେ । ଦ୍ୱିତୀୟ ଲହରରେ ବି ପୁଣି ନିଜ କଥା ନ ଚିନ୍ତା କରି ଲୋକଙ୍କ ସେବା କରିଚାଲିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଆହୁରି ମଧ୍ୟ କହିଛନ୍ତି, ଅକ୍ସିଜେନର ଚାହିଦା ବଢିଛି । ଏ ଦିଗରେ ସମ୍ବେଦନଶୀଳ ଭାବେ କାମ କରାଯାଉଛି । ପ୍ରୟାସ କରାଯାଉଛି ସବୁ ଅଭାବୀ ଲୋକଙ୍କୁ ଅକ୍ସିଜେନ ମିଳୁ । ଔଷଧର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଆହୁରି ଦ୍ରୁତ କରାଯାଉଛି । ଉତ୍ପାଦନ ବୃଦ୍ଧି ପାଇଁ ସବୁ ଔଷଧ କମ୍ପାନୀଙ୍କର ସହାୟତା ନିଆଯାଉଛି ।

ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ପ୍ରୟାସ ଚାଲିଛି । ଆଜି ବିଶ୍ୱର ସବୁଠାରୁ ଶସ୍ତା ଭ୍ୟାକ୍ସିନ ଆମ ଦେଶରେ ଅଛି । ଦେଶରେ ବିଶାଳ କୋଭିଡ ସେଣ୍ଟର ବନାଯାଉଛି । ଦେଶରେ ଯେଉଁ ଭ୍ୟାକ୍ସିନ ତିଆରି ହେବ ଏହାର ଅଧା ଭାଗ ରାଜ୍ୟ ଓ ହସ୍ପିଟାଲକୁ ବି ମିଳିବ ।