ପ୍ରଧାନମନ୍ତ୍ରୀଙ୍କ ସୌନ୍ଦର୍ଯ୍ୟ ମନ୍ତ୍ର : ପରିଶ୍ରମର ଝାଳରେ ମାଲିସ୍ କରନ୍ତି ଶରୀର , ତେଣୁ ଦେଖାଯାଆନ୍ତି ଉଜ୍ଜ୍ୱଳ ।

221

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରୀୟ ବାଳ ବୀରତା ପୁରସ୍କାର ୨୦୨୦ ରେ ସମ୍ମାନିତ ଛାତ୍ରଛାତ୍ରୀଙ୍କୁ ଅନେକ ଟିପ୍ସ ଦେଇଛନ୍ତି । ୪୯ ଜଣ ବିଜେତା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେ ପିଲାମାନଙ୍କୁ ନିଜର ସୁନ୍ଦର ଓ ଫିଟ ରହିବାର ରହସ୍ୟ କଥା କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବାନୁସାରେ ,ବହୁ ବର୍ଷ ପୂର୍ବେ ତାଙ୍କୁ ଥରେ କେହି ଜଣେ ସୁନ୍ଦରତାର ରହସ୍ୟ କଣ ବୋଲି ପ୍ରଶ୍ନ ପଚାରିଥିଲେ । ଏଥିରେ ସେ ଉତ୍ତର ଦେଇଥିଲେ, ସାରା ଦିନ ପରିଶ୍ରମ କାରଣରୁ ଦିନରେ ଅଧିକ ଝାଳ ବୋହିଥାଏ । ଆଉ ସେହି ଝାଳକୁ ସେ ଦେହରେ ବୋଳିଦେଇଥାନ୍ତି । ଏହାଦ୍ୱାରା ଚେହେରା ଅଧିକ ଉଜ୍ଜଳ ହୋଇଥାଏ ।

ଆପଣଙ୍କୁ କହିରଖୁଛୁ , ରାଷ୍ଟ୍ରୀୟ ବାଳ ବୀରତା ପୁରସ୍କାରରେ ବିଭିନ୍ନ ରାଜ୍ୟର ୪୯ ଜଣ ଛାତ୍ରଛାତ୍ରୀ ଖେଳ , ସମାଜସେବା , ସଂସ୍କୃତି ଏବଂ ବୀରତା ଭଳି କ୍ଷେତ୍ରରେ ପୁରସ୍କାର ପ୍ରାପ୍ତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏତେ କମ୍ ବୟସରୁ ଅଦ୍ଭୁଦ ପ୍ରୟାସ କରିଥିବାରୁ ଆଶ୍ଚର୍ଯ୍ୟ ଥିବା କଥା ମଧ୍ୟ କହିଲେ ।