image courtesy - www.newsstate.com
କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହରେ ଆଜି ନେତାଙ୍କ ଅଗ୍ନିପରୀକ୍ଷା ହେଉଥିବା ବେଳେ ସେପଟେ ମମତାଙ୍କ ଗଡରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରସଗୋଲାକୁ ନେଇ ମମତାଙ୍କୁ ପୁଣି ନିଶାନା କରିଛନ୍ତି ମୋଦି । ପଶ୍ଚିମବଙ୍ଗର ଶ୍ରୀରାମପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସହ ମୋଦି କହିଛନ୍ତି, ବଙ୍ଗଳା ମାଟିର ରସଗୋଲାର ଅର୍ଥ ହେଉଛି, ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଚେତନ୍ୟ ମହାପ୍ରଭୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ମହାପୁରୁଷଙ୍କ ପାଦର ଧୂଳି । ସେହି ମାଟି, ଯାହା ଉପରେ ଏହି ମହାପୁରୁଷଙ୍କ ପାଦ ପଡିଛି ।
ମମତାଙ୍କୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ମେ ୨୩ ତାରିଖରେ ଯେଉଁ ଫଳାଫଳ ସାମ୍ନାକୁ ଆସିବ, ତାହା ମମତାଙ୍କୁ ଏକ ଶକ୍ତ ଝଟକା ଦେବ । ଟିଏମସିର ବିଧାୟକ ମମତାଙ୍କୁ ଛାଡି ପଳେଇବେ । ଆଉ ସବୁଠାରୁ ବଡ କଥା ହେଉଛି, ଟିଏମସିର ୪୦ଜଣ ବିଧାୟକ ମୋଦିଙ୍କ ସମ୍ପର୍କରେ ଥିବା ସଭା ମଞ୍ଚରେ ସିଧାସଳଖ କହିଛନ୍ତି ପ୍ରଧାନମନ୍ତ୍ରୀ । କେବଳ ଏତିକି ନୁହେଁ ମମତା ବାନାର୍ଜି ଲୋକଙ୍କ ସହ ବିଶ୍ୱାସଘାତ କରିଥିବା ମଧ୍ୟ କହିଛନ୍ତି ମୋଦି । ୧୯ ଯୁଦ୍ଧର ଆଜି ଚତୁର୍ଥ ଲଢେଇରେ ଜନତା ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ଆଜି କିଛି ଏପରି ଢଙ୍ଗରେ ଦିଦିଙ୍କୁ ଟାର୍ଗେଟ୍ କରିଥିଲେ ମୋଦି । ତେବେ ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ହୋଇଥିବା ଏକ ସାକ୍ଷାତକାରରେ ମୋଦି କହିଥିଲେ ଯେ, ପ୍ରତିବର୍ଷ ମମତା ତାଙ୍କୁ ଗୋଟିଏ କିମ୍ବା ଦୁଇଟି କୁର୍ତ୍ତା ଉପହାର ସ୍ୱରୂପ ପ୍ରଦାନ କରିଥାନ୍ତି । ଏହା ସହ ରସଗୋଲା ମଧ୍ୟ ପଠାଇଥାନ୍ତି ।
Follow Us