କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ନିର୍ବାଚନ ପ୍ରଚାର ସମୟରେ ଜନସାଧାରଣଙ୍କୁ କିଛି କହି ବା ବିଦେଶ ଗସ୍ତ ସମୟରେ ହେଉ ବା ଧ୍ୟାନ କରି ହେଉ । ମୋଦି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେଦାରନାଥ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ସମୟରେ ସେଠାରେ ଥିବା ଏକ ଗୁମ୍ଫାରେ ଧ୍ୟାନ କରିବା ପରେ ସାରା ଦେଶରେ ଧ୍ୟାନକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ।
केदारनाथ धाम में कर्मयोगी pic.twitter.com/XK86Fiv8bB
— BJP (@BJP4India) May 18, 2019
ପୂର୍ବରୁ ସେହି ଗୁମ୍ଫାଟିକୁ କେହି ଜାଣିନଥିବା ବେଳେ ବର୍ତମାନ ସେହି ଗୁମ୍ଫାର ଡିମାଣ୍ଡ ବହୁ ଅଧିକ ବଢିଯାଇଛି । ସ୍ଥିତି ଏପରି ହୋଇଛି ଯେ, ବର୍ତମାନ ସମୟରେ ଗୁମ୍ଫା ହାଉସଫୁଲ ରହିଛି । କହିବାକୁ ଗଲେ, ସୋସିଆଲ ମିଡିଆରେ ଏବେ ତାହା ପର୍ଯ୍ୟଟନସ୍ଥଳୀ ପରି କାର୍ଯ୍ୟକରୁଛି । ମୋଦୀ ୧୮ ମେ’ରେ କେଦାରନାଥଙ୍କୁ ଦର୍ଶନ କରିବା ପରେ ଧ୍ୟାନରେ ବସିଥିଲେ । ପୂରା ରାତି ସେହି ଗୁମ୍ଫାରେ ବସି ରହିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏହାପରେ ଗୁମ୍ଫାରେ ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
/kanak/media/post_attachments/wp-content/uploads/2019/09/modi-759-2.jpg)
ମେ’୧୮ ସନ୍ଧ୍ୟାରେ ମୋଦି ଏଠାରେ ପହଞ୍ଚିବା ପରେ ଗୁମ୍ଫାରେ ଧ୍ୟାନରେ ବସିଥିଲେ ଓ ପରଦିନ ଅର୍ଥାତ୍ ମେ’୧୯ ସକାଳ ୭ଟାରେ ଗୁମ୍ଫା ମଧ୍ୟରୁ ବାହାରିଥିଲେ । ଏଠାରେ କହିରଖୁଛୁ ଯେ, ସାଧାରଣ ନିର୍ବାଚନର ପ୍ରଚାର ବନ୍ଦ ହେବାପରେ ମୋଦି ଧ୍ୟାନ କରିବା ପାଇଁ ଗୁମ୍ଫାରେ ବସିଥିଲେ । ସମୁଦ୍ର ପତ୍ତନଠାରୁ ୧୨ ହଜାର ଫୁଟ ଉପରେ ଏହି ଗୁମ୍ଫା ଅବସ୍ଥିତ । ଏହି ବିଶେଷ ଗୁମ୍ଫାରେ ୱାଇ-ଫାଇ, ମୋବାଇଲ ସୁବିଧା ସହ ବିଛଣାର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ମୋଦି ଏହି ଗୁମ୍ଫାରେ ଧ୍ୟାନ କରିବା ପରେ ସାରା ଦେଶରେ ଏହାକୁ ନେଇ ବେଶ ଚର୍ଚ୍ଚା ରହିଛି । ସ୍ଥିତି ଏପରି ହେଲାଣି ଯେ, ସେହି ଗୁମ୍ଫାରେ ବସି ଧ୍ୟାନ କରିବା ପାଇଁ ଲୋକମାନେ ଏବେ ଲାଇନ ଲଗାଇଛନ୍ତି ।
.