ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନାର ବିଜୟ ପରେ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ରବିବାର ନିଜର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ ତାଙ୍କର ଏହି କାର୍ଯ୍ୟକ୍ରମ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି । ଲମ୍ବା ସମୟ ପରେ ଜନତାଙ୍କ ସହ ବାର୍ତ୍ତାଳାପ କରିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା,ଜଳ ସଂରକ୍ଷଣ ଏବଂ ଯୋଗ ଆଦି ବିଷୟ ଉପରେ କଥାବାର୍ତ୍ତା କରିଥିଲେ । ଜଳ ସଂରକ୍ଷଣ ଉପରେ ଜୋର୍ ଦେଇ ସେ ଦେଶବାସୀଙ୍କୁ ୩ ଟି ଅନୁରୋଧ କରିଥିଲେ ।

Advertisment

publive-image

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ , ଲୋକସଭା ନିର୍ବାଚନାରେ ୬୧ କୋଟି ଲୋକ ଭୋଟ୍ ଦେଇଛନ୍ତି । ୨୦୧୯ ର ଲୋକସଭା ନିର୍ବାଚନ ଏବେ ପର୍ଯ୍ୟନ୍ତ ଇତିହାସରେ ଦୁନିଆର ସବୁଠାରୁ ବଡ ଲୋକତାନ୍ତ୍ରିକ ନିର୍ବାଚନ ଥିଲା । ଜଳର ମହତ୍ତ୍ୱକୁ ସର୍ବୋପରି ରଖି ଦେଶରେ ନୂଆ ଜଳଶକ୍ତି ମନ୍ତ୍ରାଳୟ ପ୍ରସ୍ତୁତ କରାଗଲା । ଏଥିରେ ପାଣି ସଂବନ୍ଧୀୟ ସବୁ ବିଷୟ ଉପରେ ନିଷ୍ପତ୍ତି ନିଆଯାଇପାରିବ । ଦେଶବାସୀ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନର ରୁପ ଦେଇଛନ୍ତି । ଜଳ ସୁରକ୍ଷା ପାଇଁ ଏକ ଜନ ଆନ୍ଦୋଳନର ଆରମ୍ଭ କରନ୍ତୁ । ଦେଶରେ ପାଣି ସଂରକ୍ଷଣ ପାଇଁ ଅନେକ ପାରମ୍ପରିକ ନୀତି କେଉଁ କାଳରୁ ଉପଯୋଗରେ ଲଗାଯାଉଛି । ଜଳ ସଂରକ୍ଷଣ ଦିଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ବ୍ୟକ୍ତିି ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ତଥା ଏହି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ୰ଔବଦ୍ଭଝଷବଳଗ୍ଧସ୪ଔବକ୍ଷଝଷବଳଗ୍ଧସ ସହ ସେୟାର୍ କରନ୍ତୁ ଯାହାଦ୍ୱାରା ତାଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇପାରିବ । ୨୧ ଜୁନରେ ଯୋଗ ଦିବସରେ ସବୁ ପରିବାରରୁ ସଦସ୍ୟ ଯୋଗ ଦିବସ ପାଳିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।