ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଅଖିଳେଶ ! କହିଲେ, ନିଜ ପ୍ରଚାରରେ ବ୍ୟସ୍ତ ରୁହନ୍ତି ମୋଦି, ଯାହା କହନ୍ତି ତାହା କରନ୍ତି ନାହିଁ

ମୋଦିଙ୍କୁ ପୁଣି ସମାଲୋଚନା କଲେ ଅଖିଳେଶ

125

କନକ ବ୍ୟୁରୋ : ମୋଦିଙ୍କୁ ପୁଣି ସମାଲୋଚନା କଲେ ଅଖିଳେଶ । କହିଲେ, ମୋଦି ହେଉଛନ୍ତି ୧୮୦ ଡିଗ୍ରୀର ପ୍ରଧାନମନ୍ତ୍ରୀ । ଶାସନ କ୍ଷମତାକୁ ଆସିବା ପରେ ସେ ଅନେକ କଥା କହିଛନ୍ତି ହେଲେ ତାହା କରନ୍ତି ନାହିଁ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ଜଣେ ଭଲ ପ୍ରଚାର ମନ୍ତ୍ରୀ ଅଟନ୍ତି । ମୋଦି ଯାହା କହନ୍ତି କେବେ ତାହାକୁ କରନ୍ତି ନାହିଁ । କେବଳ କଥାରେ କହନ୍ତି କିନ୍ତୁ ତାହାକୁ ଭୁଲି ଯାଆନ୍ତି । ଲୋକମାନଙ୍କୁ ଯାହା ପ୍ରତିଶୃତି ଦିଅନ୍ତି ତାହାକୁ ପରେ ଭୁଲିଯାଆନ୍ତି ।

୨୦୧୪ ନିର୍ବାଚନ ସମୟରେ ଅନେକ ଆଶା ଲୋକମାନଙ୍କୁ ଦେଖାଇଥିଲେ । ହେଲେ ସେପରି କିଛି କଲେ ନାହିଁ । ଭାରତୀୟଙ୍କୁ କୋଟି କୋଟି ଚାକିରୀ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ହେଲେ ତାହା ଆଜି ପର୍ଯ୍ୟନ୍ତ ପୁରଣ କରିନାହାନ୍ତି । ବରଂ ନୋଟ ବନ୍ଦ କରି ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଛଡେଇ ନେଇଛନ୍ତି । ଯେଉଁ ସମୟରେ ନୋଟବନ୍ଦୀ ହୋଇଥିଲା ସେହି ସମୟରେ ସଫେଇ ଦିଆଯାଇଥିଲା ଯେ, ଏହା ହେବା ଦ୍ୱାରା ଆତଙ୍କବାଦ ବନ୍ଦ ସହ କଳାଧନ ମହଜୁଦକାରୀ ଅସୁବିଧାରେ ପଡିବେ ।

କିନ୍ତୁ ତାହା କେତେ ଦୂର ସମ୍ଭବ ହେଲା ତାହାକୁ ସାରା ଦେଶବାସୀ ଦେଖିଲେ । ତେବେ ଅଖିଳେଶଙ୍କୁ ବଂଶବାଦ ରାଜନୀତି ବିଷୟରେ ପଚାରିବାରୁ ସେ କହିଚନ୍ତି ଯେ, ଭାରତୀୟ ଜନତା ପାର୍ଟିର ନେତାମାନେ ହିଁ ବଂଶବାଦ ରାଜନୀତି କରୁଛନ୍ତି । ତେବେ ଚଳିତ ଲୋକସଭା ନିର୍ବାଚନରେ ଅଖିଳେଶ ଯାଦବ ଆଜମଗଡରୁ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟିର ନେତା ତଥା ଭୋଜପୁରୀ ଅଭିନେତା ନୀରହୁଆ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।