ରାଜନୀତିରେ ଶତ୍ରୁ, କିନ୍ତୁ ସମ୍ପର୍କରେ ମିତ୍ର । ମନ କଥା କହିଲେ ମୋଦି, ବର୍ଷକୁ ଦିଦି ଦିଅନ୍ତି ଦୁଇଟି କୁର୍ତ୍ତା, ଢାକାରୁ ପଠାନ୍ତି ମିଠା ।

901

କନକ ବ୍ୟୁରୋ : ନରେନ୍ଦ୍ର ମୋଦିଙ୍କ ସହ ଅଭିନେତା ଅକ୍ଷୟ କୁମାରଙ୍କ ନିଆରା ସାକ୍ଷାତକାର । ପ୍ରଧାନମନ୍ତ୍ରୀ କହିଲେ ମନର ଅଜଣା କଥା । ମୋଦି କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କେବେ ଭାବି ନଥିଲେ । ଓ ତାଙ୍କ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁ ନଥିଲେ । ୧୯୬୨ ଯୁଦ୍ଧ ପରେ ସେନାରେ ଯୋଗଦେବାକୁ ଚାହୁଁଥିଲି । କେବେ ବି ଭାବିନଥିଲ ପ୍ରଧାନମନ୍ତ୍ରୀ ହେବେ ବୋଲି । ପରିବାର ଲୋକେ ଚାହୁଁଥିଲେ ଭଲ ଚାକିରୀ କରିବାକୁ ।

ମୋଦି କହିଛନ୍ତି, ବିଳମ୍ବରେ ଘରକୁ ଆସିଲେ ମା ଦୁଃଖ କରୁଥିଲେ । କାମ ପାଇଁ କାହା ଉପରେ ଚାପ ପକାଉନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ହେବାର ଲାଭ ମିଳିଲା । ସେ ମାତ୍ର ସାଢେ ୩ ଘଂଟା ଶୋଉଛନ୍ତି । ବିଧାୟକ ହେବା ପରେ ଖାତା ଖୋଲିଥିଲା । ବିରୋଧୀ ଦଳରେ ମୋର କିଛି ବନ୍ଧୁ ମଧ୍ୟ ଅଛନ୍ତି । ଅତି ଅଳ୍ପ ବୟସରେ ସେ ଘର ଛାଡିଥିଲେ । ମୋଦି ମମତା ବାନାର୍ଜୀଙ୍କ ପ୍ରଂଶସା କରିଛନ୍ତି । ଇସାରାରେ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି । ସମାଜବାଦୀ ମିଲାବଟି ହୋଇଥାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ସବୁଠାରୁ ବଡ କଥା ହେଉଛି, ରାଜନୀତିରେ ଶତ୍ରୁତାର ସମ୍ପର୍କ ରହିଥିବା ବେଳେ ପ୍ରକୃତ ଜୀବନରେ ମୋଦି ଓ ମମତାଙ୍କ ମଧ୍ୟରେ ରହିଛି ସମ୍ପର୍କର ଡୋରି । ରାଜନୀତିରେ ବ୍ୟାଟେଲ୍ ଗ୍ରାଉଣ୍ଡରେ ପରସ୍ପର ଉପରେ ବର୍ଷିଥାନ୍ତି ଏହି ଦୁଇ ତୁଙ୍ଗ ନେତା । କିନ୍ତୁ ସେମାନଙ୍କ ମଧ୍ୟରେ ଯେ, ସମ୍ପର୍କର ଏଭଳି ଏକ ବନ୍ଧନ ରହିଥିବ, ସେନେଇ ବଖାଣିଛନ୍ତି ମୋଦି । ମୋଦି କହିଛନ୍ତି, ବର୍ଷକୁ ମମତା ତାଙ୍କୁ ଗୋଟିଏ କିମ୍ବା କୁର୍ତ୍ତା ପଠାଇଥାନ୍ତି । ଏହା ସହ ମମତା ତାଙ୍କ ପାଖକୁ ଢାକାର ମିଠା ମଧ୍ୟ ପଠାଇଥାନ୍ତି ।