କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ଏକ ଜନସଭାକୁ ସମ୍ବୋଧିତ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମୋଦୀଙ୍କ ପରିବାରକୁ ନେଇ ଦିଆଯାଉଥିବା ବିବାଦୀୟ ଟିପ୍ପଣୀର ଜବାବ ଦେବା ସହ ମୋଦୀ କହିଛନ୍ତି, ମୋ ଦେଶ ହିଁ ମୋର ପରିବାର । ବିପକ୍ଷ ମାନେ କହୁଛନ୍ତି ପ୍ରଥମେ ପରିବାର, କିନ୍ତୁ ମୁଁ କହୁଛି ପ୍ରଥମେ ଦେଶ । ମୋ ପାଇଁ ଦେଶ ହିଁ ସବୁକିଛି ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ୧୪୦ କୋଟି ଭାରତୀୟ ବିକଶିତ ଭାରତର ନିର୍ମାଣ ପାଇଁ ସଂକଳ୍ପବଦ୍ଧ । ସମସ୍ତେ ଜାଣନ୍ତି ମୋଦୀ ଯାହା କୁହନ୍ତି ତାହା କରିକି ଦେଖାନ୍ତି । ସମସ୍ତଙ୍କର ମିଳିତ ପ୍ରୟାସରେ ଭାରତକୁ ପୂରା ବିଶ୍ୱରେ ନୂଆ ପରିଚୟ ଦେବାକୁ ମୁଁ କହିଥିଲି । ଆଜି ଆପଣମାନେ ଦେଖି ପାରୁଥିବେ ଭାରତ ପୂରା ବିଶ୍ୱରେ ଆଶାର ନୂଆ କିରଣ ସାଜି ଉଭା ହୋଇଛି । ଏହାପୂର୍ବରୁ ବିହାରରେ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ମୋଦୀଙ୍କ ଉପରେ ବର୍ଷିଥିଲେ । ଲାଲୁ କହିଥିଲେ, ମୋଦୀଙ୍କର ପରିବାର ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/2023_10img01_Oct_2023_PTI10_01_2023_000480B-scaled-1.webp)