ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ କ୍ରମାଗତ ଭାବେ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି। ତାଙ୍କର ରୋଡ ଶୋ’ରେ ବଡ଼ ସଖ୍ୟାରେ ଭିଡ଼ ରହୁଛି କିନ୍ତୁ ରାୟଚୁର ରାଲିରେ ମୋଦି ଜଣେ ଏଭଳି ପ୍ରଶଂସକଙ୍କୁ ଭେଟିଛନ୍ତି, ଯିଏକି ନିଜ ପିଠିରେ ମୋଦିଙ୍କ ଏକ ବଡ଼ ଟାଟୁ କରିଛନ୍ତି।
ରାଲି ସମୟରେ ଭିଡରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଉପରେ ମୋଦିଙ୍କ ନଜର ପଡ଼ିଛି। ମୋଦି ତୁରନ୍ତ ଭାଷଣ ବନ୍ଦ କରି ଭିଡ ଭିତରେ ଥିବା ପ୍ରଶଂସକଙ୍କୁ ପ୍ରାର୍ଥନା କରି କହିଛନ୍ତି, ଦୟାକରି ଶରୀରକୁ କଷ୍ଟ ଦିଅନ୍ତୁ ନାହିଁ ସାର୍ଟ ପିନ୍ଧନ୍ତୁ। ମୋଦି କହିଛନ୍ତି, ଆପଣଙ୍କ ଭଲ ପାଇବା ପାଇଁ ମୁଁ କୃତଜ୍ଞତା ଜଣାଉଛି। ଆପଣ ଏଭଳି କାମ କରି ଶରୀରକୁ ବହୁତ କଷ୍ଟ ଦେଇଛନ୍ତି କିନ୍ତୁ ମୁଁ ପ୍ରାର୍ଥନା କରୁଛି ଯେ, ସଭାକୁ ଦୃଷ୍ଟିରେ ରଖି ସାର୍ଟ ପିନ୍ଧନ୍ତୁ। ସେ କହିଛନ୍ତି, ନୂତନ ଯୁବପିଢୀଙ୍କୁ ପ୍ରାର୍ଥନା ରହିଲା ଯେ, ସେମାନେ ଶରୀରକୁ କଷ୍ଟ ଦିଅନ୍ତୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ଟାଟୁ କରିଥିବା ବ୍ୟକ୍ତି ଜଣକ ସାର୍ଟ ପିନ୍ଧି ଦେଇଥିଲେ। ଏହି ସମୟରେ ରାଲିରେ ଥିବା ଲୋକମାନେ ଉତ୍ସାହିତ ହୋଇ ସ୍ଲୋଗାନ ଦେଇଥିଲେ। ରାଲି ପରେ ଟାଟୁ କରିଥିବା ଯୁବକ ବସବରାଜ କହିଲେ, ଟାଟୁ କରିବା ପାଇଁ ତାଙ୍କୁ ୧୫ ଘଣ୍ଟା ସମୟ ଲାଗିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/tatto.jpg)