ମୋଦି ସରକାରକୁ ଆମେରିକାରୁ ବଡ ଝଟକା : ୫ ଜୁନରୁ ଭାରତର ବାଣିଜ୍ୟ ସୁବିଧା ବ୍ୟବସ୍ଥାକୁ କରିବ ଶେଷ  

ମୋଦି ସରକାରକୁ ଆମେରିକାରୁ ବଡ ଝଟକା : ୫ ଜୁନରୁ ଭାରତର ବାଣିଜ୍ୟ ସୁବିଧା ବ୍ୟବସ୍ଥାକୁ କରିବ ଶେଷ   

source : Nikkei Asian Review

କନକ ବ୍ୟୁରୋ : ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରୁ ବଡ ଝଟକା ଲାଗିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ଭାରତକୁ ମିଳୁଥିବା ଜେନେରାଲାଇଜଡ୍ ସିଷ୍ଟମ ଅଫ୍ ପ୍ରିଫରେନ୍ସ(ଜିଏସପି)କୁ କିମ୍ବା ସମାନ୍ୟ ସୁବିଧା ପ୍ରଣାଳୀକୁ ହଟାଇବା ନିଷ୍ପତ୍ତି ରେ ଆମେରିକା ପଛକୁ ହଟିବନି । ଜିଏସପି ପ୍ରଣାଳୀ ହେଉଛି ଆମେରିକା ତରଫରୁ ଅନ୍ୟ ଦେଶଗୁଡିକୁ ବାଣିଜ୍ୟରେ ଦିଆଯାଉଥିବା ରିହାତିର ସବୁଠାରୁ ପୁରୁଣା ଓ ବଡ ପ୍ରଣାଳୀ । ଏହା ଅଧିନରେ ଏହି ବ୍ୟବସ୍ଥା ପାଉଥିବା ଦେଶର ସାମଗ୍ରୀ ବିନା କୌଣସି ଶୁଳ୍କରେ ଆମେରିକାକୁ ରପ୍ତାନୀ କରିବାର ସୁଯୋଗ ମିଳେ । ହ୍ୱାଇଟ୍ ହାଉସ୍ ମୁତାବକ, ଭାରତକୁ ଏହି ଜିଏସପି ସୁବିଧା ୫ ଜୁନ ୨୦୧୯ରେ ଶେଷ ହୋଇଯିବ ।

publive-image

ଭାରତକୁ ‘ଜେନେରାଲାଇଜ୍ଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସେସ୍’ (ଜିଏସ୍ପି) ପ୍ରୋଗ୍ରାମ୍ ହଟାଇ ଦେବା ପାଇଁ ଟ୍ରମ୍ପ୍ ମାର୍ଚ ମାସରୁ ଘୋଷଣା କରିସାରିଥିଲେ। ଶ୍ରୁକ୍ରବାର ଦିନ ଟ୍ରମ୍ପ୍ ଏକ ବିବୃତିରେ କହିଛନ୍ତି କି, ମୁଁ ଦୃଢ଼ପରିକର ଯେ ଯୁକ୍ତରାଷ୍ଟ୍ର ଆମେରିକାକୁ ସୁବିଧା ମୂଲ୍ୟରେ ତା’ର ବଜାରକୁ ପ୍ରବେଶ କରାଇଦେବ ବୋଲି ଭାରତ ଭରସା ଦେଇନାହିଁ। ଜିଏସପିର ସବୁଠୁ ବଡ଼ ହିତାଧିକାରୀ ହେଉଛି ଭାରତ। ଦକ୍ଷିଣ ଏସୀୟ ଦେଶମାନଙ୍କରୁ ୫. ୬ ବିଲିୟନ୍ ଡଲାର୍ ନିଶୁଳ୍କ ଆମଦାନି ପାଇଁ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ଅନୁମତି ଦେଇଥାଏ।

ଟ୍ରମ୍ପ୍ ଯଦି ଏହି କାର୍ଯ୍ୟକ୍ରମରୁ ଭାରତକୁ ବାଦ ଦିଏ ତେବେ ୨୦ ରୁ ଅଧକ ଯୁକ୍ତରାଷ୍ଟ୍ର ଆମେରିକୀୟ ଜିନିଷ ଉପରେ ଅଧିକ ଆମଦାନି ଶୁଳ୍କ ଲାଗିବ ବୋଲି ଭାରତୀୟ ଅଧିକାରୀମାନେ କହିଛନ୍ତି। ଭାରତକୁ ଜିଏସପିରୁ ବାଦ ନଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକୀୟ କଂଗ୍ରେସର ୨୪ ଜଣିଆ ସଦସ୍ୟ ପ୍ରଶାସନକୁ ର୍ମେ ୩ ତାରିଖ ଦିନ ପତ୍ର ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe