କନକ ବ୍ୟୁରୋ: ପୁରୀରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବା ଚର୍ଚ୍ଚାରେ ପାଣି ପକାଇଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମୋଦିଙ୍କ ଓଡିଶା ଗସ୍ତର ଠିକ୍ ପୂର୍ବରୁ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଜାତୀୟ ଗଣମାଧ୍ୟମରେ ଚାଲିଥିବା ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଶାହା ।
ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ଚର୍ଚ୍ଚା ଜୋର ଧରିଥିଲା । ୨୦୧୪ରେ ଉତରପ୍ରଦେଶର ବାରଣାସୀରୁ ଲୋକସଭା ନିର୍ବାଚନ ଲଢିଥିବା ମୋଦି, ଆଗାମୀ ଲୋକସଭା ନିର୍ବାଚନରେ ଓଡିଶାର ପୁରୀରୁ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା ।
ଏପରିକି ଏକ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଏବିପି ନ୍ୟୁଜର ରିପୋର୍ଟ ଅନୁସାରେ ବାରଣାସୀରେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ପାଇ ଦେଶର ପ୍ରଧାନମନ୍ତ୍ରୀ ବନିଥିବା ମୋଦି ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବାକୁ ପୁରୀରେ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଖବର ପ୍ରସାରଣ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/amit-shah.jpg)
/kanak/media/post_attachments/wp-content/uploads/2018/05/Modi-Puri-300x169.jpg)
/kanak/media/post_attachments/wp-content/uploads/2018/05/narendra-modi-647_101617111307-300x187.jpg)