କାଠଗଡାରେ ମୋଦି ସରକାର ! ସିଏଜିର ରିପୋର୍ଟରୁ ହେଲା ଖୁଲାସା,ସଂସଦର ପୂର୍ବ ମଞ୍ଜୁରୀ ବିନା ସରକାର ଖର୍ଚ୍ଚ କରିଦେଲେ କୋଟି କୋଟି ଟଙ୍କା ।

ମୋଦିଙ୍କୁ ସୀତାରାମଙ୍କ ସମାଲୋଚନା ! କହିଲେ, କ୍ଷମତାକୁ ମୋଦି ଫେରିଲେ ସମ୍ବିଧାନ ପାଇଁ କ୍ଷତିକାରକ ।

ସିଏଜିର ରିପୋର୍ଟରେ ଆଶ୍ଚର୍ଯ୍ୟ କରିଦେଲା ଭଳି ଖବର ସାମ୍ନାକୁ ଆସିଛି । ସଂସଦରେ ଆଗତ ହୋଇଥବା ରିପୋର୍ଟରେ କୁହାଗଲା ଯେ ମୋଦି ସରକାର ସଂସଦର ପୂର୍ବ ଅନୁମତୀ ବିନା ବିଭିନ୍ନ କ୍ଷେତ୍ରରେ ୧,୧୫୬.୮୦ କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି । ସିଏଜିର ରିପୋର୍ଟରେ ମନ୍ତ୍ରାଳୟର କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନ ପଚରାଯାଇଛି । ସିଏଜିର ରିପୋର୍ଟରେ ୨୦୧୭-୧୮ ରେ ଏହା ଉପରେ ଆଲୋଚନା କରାଯାଇଥିଲା । ଆପଣଙ୍କୁ ଏଠାରେ କହିରଖୁଛୁ କି କେନ୍ଦ୍ର ସରକାର ସଂସଦର ବିନା ମଞ୍ଜୁରୀରେ ବଜେଟ୍ ରେ ନିର୍ଦ୍ଧାରିତ ରାଶିରେ ଅଧିକ ଖର୍ଚ୍ଚ କରିପାରିବେ ନାହିଁ । ଏହି ରିପୋର୍ଟକୁ ମଙ୍ଗଳବାର ‘ଫାଇନାନସିଆଲ୍ ଅଡିଟ୍ ଅଫ୍ ଦ ୟୁନିୟନ୍ ଗଭରମେଣ୍ଟ୍’ ନାଁରେ ସଂସଦରେ ଆଗତ କରାଗଲା ।

publive-image

ସିଏଜିର ରିପୋର୍ଟରେ ବିତ୍ତ ମନ୍ତ୍ରାଳୟର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଗଲା । ଏହାର ଅଡିଟ୍ ରିପୋର୍ଟରେ କୁହାଯାଇଥିଲା ଯେ ବିତ୍ତ ମନ୍ତ୍ରାଳୟ ନୂତନ ସେବାକୁ ବିକଶିତ କରିବା କ୍ଷେତ୍ରରେ ଅସଫଳ ରହିଛି । ଯେଉଁଥିପାଇଁ ଅତିରିକ୍ତ ଖର୍ଚ୍ଚ ମଧ୍ୟ ହୋଇଛି । ଏହାଛଡା ମନ୍ତ୍ରାଳୟ ଅଧିନରେ ଆସିଥିବା ଆର୍ଥୀକ ମାମଲାର ବିଭାଗ ମଧ୍ୟ ପୂର୍ବରେ ସ୍ୱୀକୃତ ଖର୍ଚ୍ଚ ବଢାଇବା କ୍ଷେତ୍ରରେ ମଞ୍ଜୁରୀ ନେବା ପାଇଁ ବିଫଳ ରହିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ନିର୍ଧାରିତ ଦିଶା-ନିର୍ଦ୍ଦେଶ ଅନୁସାରେ ଗ୍ରାଣ୍ଟସ୍ – ଇନ୍ – ଏଡ୍ ,ସବସିଡି ଏବଂ ନୂଆସେବା ପାଇଁ କରାଯାଉଥିବା ପ୍ରୋଭିଜନ୍ ରେ ବୃଦ୍ଧି ପାଇଁ ସଂସଦର ମଞ୍ଜୁରୀ ନେବା ଜରୁରୀ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe