ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ମଙ୍ଗଳବାର ନ୍ୟୁୟର୍କରେ ଦ୍ୱିପକ୍ଷୀୟ କଥାବାର୍ତ୍ତା ହୋଇଛି । ଦୁଇ ନେତାଙ୍କ କଥାବାର୍ତ୍ତା ପରେ ପ୍ରେସ୍ କନଫ୍ରେନ୍ସ ହୋଇଥିଲା ଯେଉଁଥିରେ ରାଷ୍ଟ୍ରପତି ଟ୍ରମ୍ପ ମୋଦିଙ୍କୁ ନେଇ ଏଭଳି କିଛି ଟିପ୍ପଣୀ ଦେଲେ ଯାହା ପରେ ବିବାଦ ରୁପେ ଠିଆ ହୋଇଯାଇଛି । ସଭାରେ ଟ୍ରମ୍ପ୍ ମୋଦିଙ୍କ ଖୁବ୍ ପ୍ରଶଂସା କରିବା ସହ ତାଙ୍କୁ “ଫାଦର୍ ଅଫ୍ ଇଣ୍ଡିଆ” ବୋଲି କହିଥିଲେ । ଏବେ ଏହି କଥାକୁ ନେଇ ଘେନିଛି ବିବାଦ । ଟ୍ରମ୍ପଙ୍କ ଟିପ୍ପଣୀକୁ ବିରୋଧ କରିଛନ୍ତି କଂଗ୍ରେସ ନେତା । ମଲ୍ଲିକାର୍ଜ୍ଜୁନ୍ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକ ପୂର୍ବମନ୍ତ୍ରୀ ପ୍ରିୟାଙ୍କ୍ ଖଡଗେ ନିଜ ଟ୍ୱିଟର୍ ରେ ଡୋନାଲ୍ଡ ଟ୍ରମ୍ପ୍ ଏହି ଟିପ୍ପଣୀର ବିରୋଧ କରିଛନ୍ତି । ସେ ଲେଖିଛନ୍ତି , “ଏବେ କ’ଣ ଆମେରିକା କହିବ ଦେଶର ରାଷ୍ଟ୍ରପିତା କିଏ?” ଦେଖିବାକୁ ଗଲେ ଏହି ଫାଶୀବାଦୀ ଲୋକମାନେ ବୌଦ୍ଧିକ ରୁପରେ ଆମ ଲୋକଙ୍କୁ ତର୍କ ବିତର୍କ କରି କେବଳ ଲୁଟିଛନ୍ତି । ସୋସିଆଲ୍ ମିଡିଆର ପ୍ରୋପାଗାଣ୍ଡା ଆଗାମୀ ପିଢିଙ୍କୁ ବିଗାଡିବାରେ ଲାଗିଛି । ପ୍ରିୟାଙ୍କ ଖଡଗେ ବିଜେପିର ଯୁବସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କ ଏକ ଟ୍ୱିଟ୍ ର ରିଟ୍ୱିଟ୍ କରି ଏହି ଯବାବ୍ ଦେଇଥିଲେ । ଯେଉଁଥିରେ ତେଜସ୍ୱୀ ଟ୍ରମ୍ପଙ୍କ ଏଭଳି ବୟାନକୁ ବଡ଼ ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ ।
So Americans will decide who our Father of the Nation is?
Systematically these fascists have robbed our people of intellectual reasoning or reasoning of any kind. Social media propaganda has spoilt the millennials & the future generations. https://t.co/EUCnLEzLMY— Priyank Kharge / ಪ್ರಿಯಾಂಕ್ ಖರ್ಗೆ (@PriyankKharge) September 24, 2019
ତେବେ କେବଳ ପ୍ରିୟାଙ୍କ ଖଡ଼ଗେ ନୁହଁ ସୋସିଆଲ୍ ମିଡିଆରେ ଅନେକ ଲୋକ ମଧ୍ୟ ଏହି କଥାର ବିରୋଧ କରିଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୁବ୍ ପ୍ରଶଂସା କରିଥିଲେ । ଟ୍ରମ୍ପ୍ କହିଥିଲେ , ଯଦି ମୁଁ ପୂର୍ବ ଭାରତର କଥା କହିବି ତେବେ ଲୋକଙ୍କ ମଧ୍ୟରେ କ୍ଲେଷ ଏବଂ ଗଣ୍ଡଗୋଳର ପରିସ୍ଥିିତି ଦେଖାଯାଉଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଏକତା ବଜାୟ ରଖିବାକୁ ଚେଷ୍ଟା କଲେ । ସେ ଜଣେ ପିତାଙ୍କ ଭଳି ସମସ୍ତ ଜନତାଙ୍କୁ ଏକ ସଙ୍ଗରେ ରହିବାର ପାଠ ଶିଖାଇଲେ । ମୋତେ ଏଭଳି ପ୍ରତୀତ ହେଉଛି ସେ ନେତା ନୁହଁନ୍ତି ଭାରତର ପିତା ।