ଶପଥ ଗ୍ରହଣ ଉତ୍ସବରେ ପରିବାରକୁ ମିଳିଲାନି ନିମନ୍ତ୍ରଣ ! ଭଉଣୀ କହିଲେ, ରାଷ୍ଟ୍ର ପାଇଁ ସମର୍ପିତ ମୋଦିଙ୍କ ଜୀବନ ।

Advertisment
ଶପଥ ଗ୍ରହଣ ଉତ୍ସବରେ ପରିବାରକୁ ମିଳିଲାନି ନିମନ୍ତ୍ରଣ ! ଭଉଣୀ କହିଲେ, ରାଷ୍ଟ୍ର ପାଇଁ ସମର୍ପିତ ମୋଦିଙ୍କ ଜୀବନ ।

image courtesy - Hindustan Times

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆର ୬୦୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ମୋଦି ନିଜ ପରିବାରକୁ ନିମନ୍ତ୍ରିତ କରିନଥିବା ଜଣାପଡିଛି । ଏହି ଶପଥ ଗ୍ରହଣ ସମାରୋହରେ ମୋଦିଙ୍କ ପରିବାରରୁ କେହି ବି ସାମିଲ ହେବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉଉଣୀ ବସନ୍ତୀବେନ୍ ।

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ନରେନ୍ଦ୍ର ମୋଦିଙ୍କ ଭଉଣୀ କହିଛନ୍ତି, ୨୦୧୪ରେ ଯେତେବେଳେ କଂଗ୍ରେସକୁ ମାତ୍ ଦେଇ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇଥିଲେ, ସେତେବେଳେ ମଧ୍ୟ ତାଙ୍କ ପରିବାରରୁ କେହି ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ଭାଇଭଉଣୀଙ୍କ ମଧ୍ୟରେ ଅନେକ ଭାବନା ରହିଥାଏ । ଭାଇକୁ ଭଉଣୀ ସବୁବେଳେ ରାକ୍ଷୀ ପଠାଇଥାଏ । ସବୁବେଳେ ଭାଇର ଭଲ ପାଇଁ ଭଉଣୀ ପ୍ରାର୍ଥନା କରିଥାଏ । ସେ କହିଛନ୍ତି, ଅତି ସାଧାରଣ ପରିବାରର ଜଣେ ପୁଅ ଆଗକୁ ବଢୁଛି, ଜନତା ମୋଦିଙ୍କ ସାଥ୍ ଦେଇଛନ୍ତି । ମୋଦିଙ୍କ ଜୀବନ ଦେଶ ପାଇଁ ସମର୍ପିତ ଥିବା ମୋଦିଙ୍କ ଭଉଣୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe