୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଖୁବଶୀଘ୍ର ଦେଶ ଟପ୍-୩ ଅର୍ଥନୈତିକ ବ୍ୟବସ୍ଥାରେ ସାମିଲ ହେବ ।

୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଖୁବଶୀଘ୍ର ଦେଶ ଟପ୍-୩ ଅର୍ଥନୈତିକ ବ୍ୟବସ୍ଥାରେ ସାମିଲ ହେବ ।

କନକ ବ୍ୟୁରୋ : ରୋଜଗାର ମେଳାରେ ୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଖୁବଶୀଘ୍ର ବିଶ୍ୱର ଟପ-୩ ଅର୍ଥବ୍ୟବସ୍ଥାରେ ସାମିଲ ହେବ । ଆଜାଦୀର ଏହି ଅମୃତକାଳରେ ଯେଉଁମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ଦେଶର ସେବା କରିବା ସହ ନାଗରିକ ମାନଙ୍କ ରକ୍ଷା ମଧ୍ୟ କରିବେ । ତେଣୁ ନବନିଯୁକ୍ତ ଯୁବବର୍ଗ ହେଉଛନ୍ତି ଅମୃତକାଳର ଜନ ଓ ଅମୃତ ରକ୍ଷକ ।

ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଥିଲା । ଯେଉଁଥିରେ ୫୧ ହଜାର ଯୁବବର୍ଗଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି । ଏବେସୁଦ୍ଧା ରୋଜଗାର ମେଳା ଜରିଆରେ ୫ ଲକ୍ଷ ଯୁବକ-ଯୁବତୀଙ୍କୁ ମିଳିଛି ସରକାରୀ ଚାକିରି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe