ଯବାନଙ୍କ ସହ ସୀମାରେ ଦୀପାବଳି ପାଳିବେ ମୋଦୀ: ଜାମ୍ମୁକାଶ୍ମୀରର ଅଖନୋରରେ ଯବାନଙ୍କୁ ଜଣାଇବେ ଦୀପାବଳି ଶୁଭେଚ୍ଛା

43

କନକ ବ୍ୟୁରୋ: ଆଜି ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଦୀପାଳବି ପାଳିବା ପାଇଁ ଆଜି ଏଲ୍ଓସି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଯିବେ ବୋଲି ଜଣାପଡ଼ିଛି । ସେଠାରେ ଯବାନଙ୍କ ସହ ସାମଲି ହୋଇ ଦୀପାବଳି ପାଳିବା ସହ ମିଠା ବାଂଟିବେ ବୋଲି ଜଣାପଡ଼ିଛି । ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ଦୀପାବଳି ପାଳନ କରିଆସୁଛନ୍ତି ।