ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଦଶହାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପାର୍ବଣରେ ଦେଶୀ ସାମଗ୍ରୀ ବ୍ୟବହାର ଉପରେ ଦେଲେ ଗୁରୁତ୍ୱ । ଦୀପାବଳୀରେ ଯବାନଙ୍କ ପାଇଁ ଦୀପ ଜାଳିବାକୁ ଆହ୍ୱାନ ଦେଲେ ନରେନ୍ଦ୍ର ମୋଦି

142

କନକ ବ୍ୟୁରୋ : ଉତ୍ସବ ପାଳନ ଅବସରରେ କରୋନା ଦୀପାବଳୀରେ ଯବାନଙ୍କ ପାଇଁ ଦୀପଟିଏ ଜାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ସୀମାରେ ଥିବା ଯବାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବା ପାଇଁ ସେମାନଙ୍କ ପଛରେ ସାରା ଦେଶ ରହିଛି ବୋଲି କହିଛନ୍ତି । ଏଥିସହ ସ୍ଥାନୀୟ ଉତ୍ପାଦ କିଣିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଟକଣାକୁ ମାନିବାକୁ ମନ କି ବାତରେ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।