ମୋଦୀଙ୍କ ନୂଆ କ୍ୟାବିନେଟ୍ : ସାମିଲ ହୋଇପାରନ୍ତି ୧୩ ଜଣ ଓକିଲ, ୬ ଡାକ୍ତର ଓ ୫ ଇଂଜିନିୟର

228

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ୍ ଆଜି ସଂପ୍ରସାରଣ ହେବାକୁ ଯାଉଛି । ଏନେଇ ସନ୍ଧ୍ୟାରେ ୪୩ ଜଣ ମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ସଂପ୍ରସାରିତ ହେବାକୁ ଯାଉଥିବା କ୍ୟାବିନେଟରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଥାନ ପାଇବେ ବୋଲି ଅନୁମାନ କରାଯାଉଛି । ଏହାସହ କ୍ୟାବିନେଟରେ ୧୩ ଜଣ ଓକିଲ, ୫ ଜଣ ଇଂଜିନିୟର ଓ ୬ ଜଣ ଡାକ୍ତର ବି ସାମିଲ ହେବା ନେଇ ଆଲୋଚନା ହେଉଛି । ଏହାସହ ସଂପ୍ରସାରଣ ହେବାକୁ ଯାଉଥିବା କ୍ୟାବିନେଟରେ ଯୁବକ ମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବା କଥା କୁହାଯାଇଛି । ଯାହା ମଧ୍ୟରେ ୫୦ ବର୍ଷ ତଳେ ୧୪ ଜଣ ମନ୍ତ୍ରୀ ସାମିଲ ହୋଇପାରିନ୍ତି । ଏହାସହ ନୂଆ ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳାଙ୍କୁ ସ୍ଥାନ ମିଳିବ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କ୍ୟାବିନେଟ ପାହ୍ୟା ମଳିବ ।

ଏହାସହ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ୧୮ ଜଣ ପୂର୍ବ ରାଜ୍ୟମନ୍ତ୍ରୀ ରହିବେ । ସେହିଭଳି ୩୯ ଜଣ ପୂର୍ବତନ ବିଧାୟକଙ୍କୁ ବି ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବାକୁ ଯାଉଛି । ଅନ୍ୟପଟେ ୨୩ ଜଣ ଏଭଳି ସାଂସଦଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବାକୁ ଯାଉଛି, ଯେଉଁମାନେ ୩ ରୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୧୩ ଜଣ ଓକିଲ, ୬ ଜଣ ଡାକ୍ତର , ୫ ଜଣ ଇଂଜିନିୟରଙ୍କ ସହ ୭ ଜଣ ପୂର୍ବ ପ୍ରଶାସନିକ ଅଧିକାରୀଙ୍କୁ ସ୍ଥାନ ମିଳିବାକୁ ଯାଉଛି । ଏହାସହ ୪୬ ଜଣ ଏମିତି ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବାକୁ ଯାଉଛି ଯେଉଁମାନେ ପୂର୍ବରୁ କେନ୍ଦ୍ର ସରକାରଙ୍କ ସହିତ କାମ କରିବାର ଅନୁଭବ ରହିଛି ।

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ୫ ଜଣ ଅଳ୍ପ ସଂଖ୍ୟଙ୍କ ସମାଜରୁ ଆସିଥିବା ନେତାଙ୍କୁ ସ୍ଥାନ ମିିଳିବ । ସେମାନଙ୍କ ମଧ୍ୟରୁ ଜଣେ ମୁସଲିମ୍, ଜଣେ ଶୀଖ୍, ୨ ଜଣ ବୌଦ୍ଧ ଓ ଜଣେ ଇସାଇ ସଂପ୍ରଦାୟରୁ । ମନ୍ତ୍ରୀମଣ୍ଡଳରେ ପଛୁଆବର୍ଗରୁ ୨୭ ଜଣ ମନ୍ତ୍ରୀ ରହିବେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ । ଏହାସହ ୮ ଜଣ ଅନୁସୂଚିତ ଜନଜାତି ବର୍ଗର ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମଳିବ । ୧୨ ଜଣ ଅନୁସୂଚିତ ବର୍ଗର ନେତା ବି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ , ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ ।