ଲୋକସଭା ନିର୍ବାଚନର ପ୍ରଥମ ଚରଣରେ ମତଦାନ ଜାରୀ ରହିଛି । ବିହାରରେ ୪ ଟି ସିଟରେ ମତଦାନ ହେଉଛି । ଅନ୍ୟପକ୍ଷରେ ବିହାରର ଭାଗଲପୁରରେ ଗୁରୁବାର ଏନଡିଏର ସଂଯୁକ୍ତ ରାଲି ହୋଇଥିଲା । ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏଠାରେ କହିଥିଲେ ଯେ ୨୦୧୪ ରେ ସେ ଯାହା କହିଥିଲେ ତାହା ଅସମ୍ଭବ ଭଳି ଲାଗୁଥିଲେ ମଧ୍ୟ ସେ ଆଜି ଏହାକୁ ସମ୍ଭବ କରି ଦେଖାଇଛନ୍ତି । ସେ କହିଥିଲେ, ଆପଣଙ୍କ ଏହି ଚୌକିଦାର ଲାଲ୍ ବତି ହଟାଇ ଘରେ ଘରେ ଧଳାବତି ଜଳାଇଛି । ପୂର୍ବରୁ କେବଳ ନେତାଙ୍କ ଘର ଯାଏଁ ସଡ଼କ ସୁବିଧା ଥିଲା କିନ୍ତୁ ଚୌକିଦାର ଗାଁ ଗାଁରେ ସଡ଼କ କରିବା ଭଳି କାମ କରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ବିହାରର ୧ କୋଟି ୬୦ ଲକ୍ଷ ରୁ ଅଧିକ କିଷାନ ସମ୍ମାନ ଯୋଜନା ଅନୁସାରେ ୬୦୦୦ ଟଙ୍କା ବାର୍ଷିକ ସାହାଯ୍ୟ ମିଳୁଛି । ସେ କହିଥିଲେ, ୨୩ ମେ ପରେ ଯେତେବେଳେ ମୋଦି ସରକାର ପ୍ରସ୍ତୁତ ହେବ ସେତେବେଳେ ଆମେ ଦେଶର ପ୍ରତ୍ୟେକଟି କୃଷକକୁ ଏହି ସୁବିଧା ଯୋଗାଇଦେବୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଛୋଟ କୃଷକଙ୍କୁ ମଧ୍ୟ ପେନସନ୍ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଉଛୁ । ସେ କହିଥିଲେ ୨୦୧୪ ପୂର୍ବରୁ ପାକ୍ ଆମକୁ ଧମକ ଦେଉଥିଲା କଂଗ୍ରେସ ସରକାର ସେତେବେଳେ କେବଳ କାଗଜ ଆଇନ୍ ଚଲାଉଥିଲା । କିନ୍ତୁ ଆମେ ଘରେ ପଶି ମାରି ଫେରିଲୁ । ଆଜି ପାକିସ୍ତାନ ଭାରତ ସହ ସବୁ ଦେଶକୁ ବିକଳ ଆଖିରେ ଚାହିଁ ରହିଛି ଏବଂ କାନ୍ଦିବା ପରିସ୍ଥିତିକୁ ଆସି ପହଂଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/modi4.jpg)