ଇନଷ୍ଟାଗ୍ରାମରେ ସବୁଠୁ ଲୋକପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ : ୧୫.୫ ମିଲିୟନ ଫଲୋଅର୍ସ ସହ ପ୍ରଥମ ସ୍ଥାନରେ ନରେନ୍ଦ୍ର ମୋଦି

Advertisment
ଇନଷ୍ଟାଗ୍ରାମରେ ସବୁଠୁ ଲୋକପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ : ୧୫.୫ ମିଲିୟନ ଫଲୋଅର୍ସ ସହ ପ୍ରଥମ ସ୍ଥାନରେ ନରେନ୍ଦ୍ର ମୋଦି

ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଲୋକପ୍ରିୟ ନେତା । ଏହି ବର୍ଷ ଫଟୋ ସେୟାରିଙ୍ଗ ଆପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଲୋଅର୍ସ ସଂଖ୍ୟା ହେଉଛି ୧୫.୫ ମିଲିୟନ । ଟିପ୍ଲୋମେସି ଦ୍ୱାରା ଜାରି କରାଯାଇଥିବା ଏହି ରିପୋର୍ଟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ଫଲୋଅର୍ସ ସଂଖ୍ୟା ହେଉଛି ୧୪ ମିଲିୟନ । ଏହାପରେ ତୃତୀୟ ସ୍ଥାନରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କର ୧୦.୯ ମିଲିୟନ ଫଲୋଅର୍ସ ରହିଛନ୍ତି । ତେବେ ସବୁଠୁ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ମୋଦି ସବୁବେଳେ ବେଶ ସକ୍ରିୟ ଥାଆନ୍ତି । କେବଳ ଇନଷ୍ଟ୍ରାଗ୍ରାମ ନୁହେଁ, ବରଂ ଟୁଇଟରରେ ମଧ୍ୟ ମୋଦି ଆକ୍ଟିଭ ରହିଥାନ୍ତି ।

publive-image

ଏ ବର୍ଷ ସେ ପୋଷ୍ଟ୍ କରିଥିବା ଫଟୋଗୁଡ଼ିକ ମଧ୍ୟରେ ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଲାଇକ୍ ମଳିଥିବା ଫଟୋଟି ହେଉଛି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ ପରେ ମୋଦି ସେମାନଙ୍କୁ ଭେଟିଥିବା ସମୟର ଫଟୋ। ଇନଷ୍ଟାଗ୍ରାମ୍ ଲାଇକରେ ଦ୍ୱିତୀୟ ସ୍ଥାନ ଲାଭ କରିଥିବା ଫଟୋଟି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର। ତାହା ହେଉଛି ଆକର୍ଷଣୀୟ ତୁଷାରମୟ ଡାଭୋସରେ ମୋଦି ବସ୍ ଷ୍ଟପରେ ଠିଆ ହୋଇଥିବାର ଫଟୋ। ସେଠାରେ ସେ ୱାର୍ଲଡ୍ ଇକୋନୋମିକ୍ ଫୋରମ୍-୨୦୧୮ରେ ଯୋଗ ଦେଇଥିଲେ।ଇନଷ୍ଟାଗ୍ରାମରେ ସବୁଠୁ ସଫଳ ନେତା ମଧ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ବର୍ଷ ସେ ପୋଷ୍ଟ୍ କରିଥିବା ୮୦ଟିଯାକ ପୋଷ୍ଟ୍ ଏବଂ ଭିଡିଓ ଫଟୋ ସେୟାରିଙ୍ଗ୍ ଆପରେ ୮୭୩, ୩୦୨ ଇଣ୍ଟରଆକ୍ସନ୍ ସଂଗ୍ରହ କରିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe