ସଦ୍ଦାର ପଟେଲ ଜୟନ୍ତୀ : କେୱାଡିଆରେ ପ୍ରଧାନମନ୍ତ୍ରୀ କହିଲେ ରାଜ୍ୟ ଓ ରାଜା ମାନଙ୍କୁ ଏକ କରି ପଟେଲ ବର୍ତମାନ ହିନ୍ଦୁସ୍ଥାନର ରୂପ ଦେଇଛନ୍ତି

109

କନକ ବ୍ୟୁରୋ : ସ୍ୱତନ୍ତ୍ର ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହପୁରୁଷ ସଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି (ଶନିବାର) ଜନ୍ମ ଜୟନ୍ତି । ଏହି ଲୌହପୁରୁଷଙ୍କ ଜୟନ୍ତିକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କେୱାଡିଆ ଠାରେ ଏକ ଜନସଭାକୁ ସମ୍ବୋର୍ଦ୍ଧିତ କରି ପ୍ରଧାନମନ୍ତ୍ରୀ ପ୍ରଥମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସର୍ଦ୍ଦାର ପଟେଲଙ୍କ ବାବଦରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଅନେକ ରାଜ୍ୟ, ଅନେକ ରାଜା ମାନଙ୍କୁ ଏକ କରି ଦେଶର ବିବିଧତା ଆଧାରରେ ଭାରତକୁ ଏକ କରିବାରେ ତାଙ୍କର ପ୍ରଚେଷ୍ଟାକୁ ଦେଶବାସୀ ଭୂଲିବା ଉଚିତ୍ ନୁହେଁ । ପଟେଲଙ୍କର ଏଭଳି ଉଦ୍ୟମ ଯୋଗୁଁ ଭାରତ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଛି । ଏହା ସହ ପଟେଲଙ୍କ ଉଦ୍ୟମରେ ଭାରତରୁ ଅଲଗା ହୋଇଥିବା ଛୋଟ ଛୋଟ ରାଜ୍ୟ ମାନଙ୍କୁ ଭାରତ ସହ ମିଶାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।
ସେ ତାଙ୍କ ଭାଷଣରେ ଫ୍ରାନ୍ସରେ ଚାଲିଥିବା କାର୍ଟୁନ ବିବାଦକୁ ନେଇ କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି । ସେ କହିଥିଲେ କି ବିଶ୍ୱରେ ଯେଭଳି ଆତଙ୍କବାଦୀ ମାନଙ୍କର ଦୌରାତ୍ମ ବୃଦ୍ଦି ପାଇବାରେ ଲାଗିଛି ତାହାକୁ ସବୁ ସ୍ଥରରେ ବିରୋଧ କରାଯିବାର ଆବଶ୍ୟକତା ରହିଛି ।

ଦେଶର ରାଜନୈତିକ ଦଳମାନେ ନିଜ ଦଳ ଓ ନିଜର ସ୍ୱାର୍ଥ ପାଇଁ ଯେଭଳି ଭାବେ ଦେଶ ବିରୋଧୀ ଶକ୍ତି ମାନଙ୍କ ସହ ହାତ ମିଳାଉଛନ୍ତି ତାହାକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରାକଶ କରିଛନ୍ତି । ସେ କହିଛନ୍ତି କି ଦେଶର ସୈନିକ ମାନଙ୍କ ମନୋବଳ ବୃଦ୍ଧି ପାଇଁ ଦୟାକରି ବିରୋଧୀ ଦଳମାନେ ଏଭଳି ନକରିବାକୂୁ ସେ ଅନୁରୋଧ କରିଛନ୍ତି ।

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କଥା ସେଠାକାର ଜଣେ ମନ୍ତ୍ରୀ ସ୍ୱିକାର କରିବା ପରେ ଏହାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି କି ପୁଲୱାମା ଆକ୍ରମଣ ପଛରେ କାହାର ହାତ ଅଛି କହୁଥିବା ବିରୋଧୀ ଦଳକୁ ପାକିସ୍ତାନ ଉତର ଦେଇସାରିଛି । ଏବେ ଆତଙ୍କବାଦକୁ ନେଇ ରାଜନୀତି କରୁଥିବା ବିରୋଧୀ ମାନଙ୍କର ମୁଖା ଖୋଲି ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ କି କରୋନା ସଂକଟ କାଳରେ ଦେଶବାସୀ ଯେଭଳି ଭାବେ ଏକତ୍ରିତ ହୋଇ କରୋନା ବିରୋଧରେ ଲଢାଇ ଜାରି ରଖିଛନ୍ତି ଏହି ଭଳି ଏକତାର ପରିକଳ୍ପନା କରିଥିଲେ ସର୍ଦ୍ଦାର ପଟେଲ । ଏହା ସହ ସେ ଜମ୍ମ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ କହିଥିଲେ କି ଆଜିର ଦିନରେ ଜମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଏହି ଧାରା ଉଚ୍ଛେଦ ହେବା ପରେ ଗୋଟିଏ ବର୍ଷ ମଧ୍ୟରେ ସେଠିକାର ବିକାଶ ଏବେ ଆକାଶ ଛୁଆଁ ହୋଇଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିକଟକୁ ଯାଇ ସଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ କେୱାଡିଆ ଠାରେ ଆୟୋଜିତ ଏକ ପ୍ୟାରେଡରେ ଭାଗ ନେଇଥିଲେ ।