ବିଜେପି ବିଧାୟକଙ୍କ ବିବାଦୀୟ ବୟାନ : କହିଲେ, ମୋଦି ‘ରାମ’ ଓ ଯୋଗୀ ‘ହନୁମାନ’ଙ୍କ ଅବତାର । ଆରଏସଏସର ୧୦୦ବର୍ଷ ପୁରା ହେଲେ ହିନ୍ଦୁରାଷ୍ଟ୍ର ଘୋଷିତ ହେବ ଭାରତ 

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ : କହିଲେ, ମୋଦି ‘ରାମ’ ଓ ଯୋଗୀ ‘ହନୁମାନ’ଙ୍କ ଅବତାର । ଆରଏସଏସର ୧୦୦ବର୍ଷ ପୁରା ହେଲେ ହିନ୍ଦୁରାଷ୍ଟ୍ର ଘୋଷିତ ହେବ ଭାରତ 

source : Hindustan Times

ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥିବା ବଲିୟା ଜିଲ୍ଲାର ବୈରିୟା ବିଧାନସଭା ଆସନର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କାର୍ଯ୍ୟକର୍ତ୍ତା ବୈଠକରେ କହିଛନ୍ତି କି, ରାମ ରୂପରେ ନରେନ୍ଦ୍ର ମୋଦି ଓ ହନୁମାନ ରୂପରେ ଯୋଗୀ ଆଦିତ୍ୟନାଥଙ୍କୁ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅବତାର ନେଇସାରିଛନ୍ତି । ଆରଏସଏସର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୧୦୦ ବର୍ଷ ପୁରା ହେବା ପରେ ଭାରତ ହିନ୍ଦୁରାଷ୍ଟ୍ର ଘୋଷିତ ହେବ ।

publive-image

ସୁରେନ୍ଦ୍ର ସିଂହ ଅଖିଳେଶଙ୍କୁ ଚୋର ଓ ମାୟାବତୀଙ୍କୁ ଲୋଭୀ କହିଲେ । ସେ ଆହୁରି ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅତି ଉତ୍ସାହର ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଳିଯୁଗର ରାକ୍ଷାସୁଣୀ କହିପକାଇଲେ । ଶ୍ରୀରାମଙ୍କ ନାରା ଉପରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସୁରେନ୍ଦ୍ର ସିଂହ କହିଛନ୍ତି କି, ମଣିଷ ରୂପରେ ମମତା ବାନାର୍ଜୀ ରାକ୍ଷାସୁଣୀ । ଲଙ୍କାରେ ଲଙ୍କିନୀ ହନୁମାନଙ୍କୁ ରୋକିଥିଲେ । ସେହି ପ୍ରକାରର ମୋଦି-ଯୋଗୀ ଭଳି ରାମ ଓ ହନୁମାନଙ୍କୁ ପଶ୍ଚିମବଙ୍ଗରେ ରୋକିଥିଲେ । ଯୋଗୀଙ୍କ ଭଳି ହନୁମାନଙ୍କୁ ରୋକିବାକୁ କାହାର କ୍ଷମତା ନାହିଁ । ଏବେ ଲଙ୍କିନୀଙ୍କ ନାଶ ହେବ ଓ ସେଠି ବିଭୀଷଣଙ୍କ ରାଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe