କନକ ବ୍ୟୁରୋ: ଚଳିତ ଶତାବ୍ଦୀର ବଡ ମହାମାରୀ ହେଉଛି କରୋନା । ହେଲେ ଏହାକୁ ମୁକାବିଲା କରିବାକୁ ସରକାରଙ୍କ ସମସ୍ତ ତନ୍ତ୍ର ଲାଗିପଡିଛନ୍ତି । ଭାରତ ନିଜେ ଏହାର ମୁକାବିଲା କରିବା ପାଇଁ ୨ଟି ଭ୍ୟାକ୍ସିନ ବାହାର କରିଥିବା ବେଳେ ଏବେ ଆହୁରି ୩ଟି ଟିକାର ପରୀକ୍ଷାନୀରିକ୍ଷା ଚାଲିଛି । ତା ସହିତ ଶିଶୁଙ୍କ ପାଇଁ ମଧ୍ୟ ଟିକା ଯୋଗାଡ କରିବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ତାଙ୍କ କହିବା ମୁତାବକ, କରୋନା ଏପରି ସ୍ଥିତି ସୃଷ୍ଟି କରିଛି, ଯେଉଁଥିରେ ଆମେ ଆମର ଅନେକ ପ୍ରିୟଜନଙ୍କୁ ହରାଇଛେ । ହେଲେ ଭାରତ ସରକାର ଏହାକୁ ମୁକାବିଲା କରିବାକୁ ଜୋରସୋରରେ ଲାଗିପଡିଛନ୍ତି । ଏଯାବତ ୨୩ କୋଟି ଲୋକଙ୍କୁ ଟିକା ଦିଆଯାଇ ସରିଲାଣି । ତା ସହିତ ରାଜ୍ୟମାନଙ୍କୁ ମଧ୍ୟ ଟିକା କିଣିବାକୁ ପଡିବନି । ଜୁନ୍ ୨୧ରୁ ରାଜ୍ୟ ସରକାରମାନଙ୍କୁ ମାଗଣାରେ କେନ୍ଦ୍ର ସରକାର ଟିକା ଯୋଗାଇବେ ବୋଲି ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ଅନ୍ୟପଟେ ସମସ୍ତେ ଟିକା ମାଗଣାରେ ପାଇପାରିବେ ବୋଲି ସେ କହିଛନ୍ତି ।
ନଜର ପକାନ୍ତୁ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା ଉପରେ...
- ଶତାବ୍ଦୀର ବଡ ମହାମାରୀ କରୋନା
- ସରକାରଙ୍କ ସମସ୍ତ ତନ୍ତ୍ର କରୋନା ମୁକାବିଲାରେ ଲାଗିଛନ୍ତି
- ରାଜ୍ୟଗୁଡିକୁ ମାଗଣାରେ ମିଳିବ କରୋନା ଟିକା
- ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଟିକା
- ଜୁନ ୨୧ରୁ ରାଜ୍ୟକୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର
- ଟିକାକରଣ ଦାୟିତ୍ୱ ସମ୍ପୂଣ୍ଣ କେନ୍ଦ୍ର ସରକାରଙ୍କର
- ନଭେମ୍ବର ମାସ ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ
- ଏଯାବତ ୨୩ କୋଟି ଲୋକଙ୍କୁ ଟିକା ଦିଆ ସରିଲାଣି
- ଦେଶରେ ଆଉ ୩ଟି ଟିକାର ପରୀକ୍ଷାନିରୀକ୍ଷା ଚାଲିଛି
- ଶିଶୁଙ୍କ ପାଇଁ ମଧ୍ୟ ୨ଟି ଟିକାର ପରୀକ୍ଷା ଚାଲିଛି